ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମନି ଲଣ୍ଡ୍ରିଂ ମାମଲାର ତଦନ୍ତ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ଛତିଶଗଡ଼ କ୍ୟାଡର୍ ଆଇଏଏସ୍ ଅଧିକାରୀ ସମୀର ବିଷ୍ଣୋଇଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଇଡି ମାମଲାର ତଦନ୍ତ କରିବା ପାଇଁ ଗତ କିଛି ଦିନ ମଧ୍ୟରେ ବିଭିନ୍ନ ସହରେ ଚଢ଼ାଉ ଜାରି ରଖିଛି। ଏହି ମାମଲାରେ ଇନ୍ଦ୍ରମଣୀ ଗ୍ରୁପ୍ର ବ୍ୟବସାୟୀ ସୁନୀଲ ଅଗ୍ରୱାଲ୍ ଓ ଫେର୍ର ବ୍ୟବସାୟୀ ସୂର୍ଯ୍ୟକାନ୍ତ ତିୱାରୀଙ୍କ କକା ଲକ୍ଷ୍ମୀକାନ୍ତ ତିୱାରୀ ମଧ୍ୟ ଗିରଫ ହୋଇଛନ୍ତି। ଏହି ୩ ଜଣଙ୍କୁ ଗିରଫ ପରେ ଏବେ ସ୍ଥାନୀୟ କୋର୍ଟକୁ ପଠାଯିବ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସେମାନଙ୍କୁ ହେପାଜତରେ ନେବ। ୨୦୦୯ ବ୍ୟାଚ୍ର ଭାରତୀୟ ପ୍ରସାସନିକ ସେବା ଅଧିକାରୀ ସମୀର ବିଷ୍ଣୋଇ ସଂପ୍ରତି ଛତିିଶଗଡ଼ର ଇନ୍ଫୋଟେକ୍ ପ୍ରମୋସନ୍ ସୋସାଇଟିର ସିଇଓ ଭାବେ କାର୍ଯ୍ୟରତ। ବୁଧବାର ତାଙ୍କୁ ଅନ୍ୟ କିଛି ସହଯୋଗୀଙ୍କ ସହ ଇଡି ଦ୍ବାରା ତାଙ୍କ ରାୟପୁର ଅଫିସ୍ରେ ଜେରା କରା ଯାଇଥିଲା। ଛତିଶଗଡ଼ର କୋଇଲା ଏବଂ ଖଣି ପରିବହନକାରୀଙ୍କଠାରୁ ବେନିୟମ୍ ଅର୍ଥ କାରବାର କରାଯାଉଥିବା ଅଭିଯୋଗ ଆସିବା ପରେ ଅକ୍ଟୋବର ୧୧ ତାରିଖରେ ଇଡି ଛତିଶଗଡ଼ର ଏକାଧିକ ସହରରେ ଚଢ଼ଉ କରିଥିଲା। ଏହାପରେ ଇଡି ଆଇଏସ୍ ଅଧିକାରୀଙ୍କ ବାସଭବନ ଓ ରାୟଗଡ଼ ଜିଲ୍ଲା କଲେକ୍ଟର ରାନୁ ସାହୁଙ୍କ ବାସଭବନକୁ ସିଲ୍ କରିଥିଲା। ନିକଟରେ ଇଡି କରିଥିବା ଚଢ଼ଉରେ ୪ କୋଟି ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛି। ଚାର୍ଜ ସିଟ୍ ଫାଇଲ୍କୁ ନେଇ ଆୟକର ବିଭାଗ ଅଭିଯୋଗ କରିବା ପରେ ଏହି ବେନିୟମ୍ ଅର୍ଥ କାରବାର ମାମଲା ସାମ୍ନାକୁ ଆସିଥିଲା।
More Stories
କଟକରେ ଭାଙ୍ଗିଲା ତୋରଣ…..
ଗଭୀର ଅବପାତରେ ପରିଣତ ଲଘୁଚାପ,ପ୍ରବଳ ବର୍ଷିବ…..
ହାତୀଙ୍କ ପାଇଁ ଘର ତିଆରିବେ ସରକାର……