ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରବିବାରଠାରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ ଟ୍ବେଣ୍ଟି-୨୦ ବିଶ୍ବକପ୍ | ଭାରତୀୟ ଚୂଡ଼ାନ୍ତ ୧୫ ଜଣିଆ ଦଳରେ ଅଭିଜ୍ଞ ଫାଷ୍ଟବୋଲର ମହମ୍ମଦ ସାମି ସାମିଲ ହୋଇଛନ୍ତି । ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ ପାଇଁ ଯଶପ୍ରୀତ ବୁମ୍ରାଙ୍କ ବଦଳ ଖେଳାଳି ଘୋଷଣା କରିଛି ବିସିସିଆଇ। ସେହିପରି ଦଳରେ ଶାର୍ଦ୍ଦୁଲ ଠାକୁରଙ୍କୁ ରଖାଯାଇଛି। ଆଜି ଏ ସମ୍ପର୍କରେ ବିସିସିଆଇ ସଂପାଦକ ଜୟ ଶାହ ଗୋଟିଏ ବିବୃତି ଜାରି କରି ସୂଚନା ଦେଇଛନ୍ତି । ଆଜି ହିଁ ଏହି ୩ ଖେଳାଳି ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ବିଶ୍ୱକପ ପୂର୍ବରୁ ଆହତ ହୋଇଥିବା ବୁମ୍ରାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିବାକୁ ବିସିସିଆଇ ପାଖରେ ଅକ୍ଟୋବର ୧୫ ଯାଏ ସମୟ ରହିଥିଲା। ଏହାର ଦିନକ ପୂର୍ବରୁ ବିସିସିଆଇ ବହୁ ବିଚାରବିମର୍ଶ ପରେ ଶାମିଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ଦେଇଛି। ସେହିପରି ଭଲ ଫର୍ମରେ ଥାଇ ମଧ୍ୟ ମହମ୍ମଦ ସିରାଜ ଷ୍ଟାଣ୍ଡବାଇ ବା ବ୍ୟାକପ ଭାବେ ବିଶ୍ୱକପ ଟିମ୍ରେ ରହିବେ। ସିରାଜଙ୍କ ତୁଳନାରେ ଶାମିଙ୍କ ଅଭିଜ୍ଞତା ଅଧିକ। କିନ୍ତୁ ଶାମି ଫେବୃଆରୀ ମାସରୁ ଭାରତ ପାଇଁ ଟି-୨୦ କ୍ରିକେଟ ଖେଳି ନାହାନ୍ତି। ଏଥିସହ ସେ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସିରାଜ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରେ ଦମଦାର ପ୍ରଦର୍ଶନ କରିଛନ୍ତି।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….