ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କଶ୍ମୀରରେ ଆଜି ଆତଙ୍କବାଦୀମାନେ ଶୋପିଆନରେ ଜଣେ କଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କଶ୍ମୀର ପଣ୍ଡିତ ଜଣଙ୍କ ତାଙ୍କ ଘର ବାହାରେ ଥିବା ବେଳେ ଆତଙ୍କୀମାନେ ତାଙ୍କୁ ଗୁଳି କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିବା କଶ୍ମୀର ପଣ୍ଡିତ ଜଣଙ୍କ ହେଲେ ପୂରନ କୃଷ୍ଣ ଭଟ। ଆଜି ସକାଳେ କୃଷ୍ଣ ଶୋପିଆନର ଚୌଧୁରୀ ଗୁଣ୍ଡ ସ୍ଥିତ ତାଙ୍କ ଘର ବାହାରେ ଛିଡ଼ା ହୋଇଥିଲେ। ଏହି ସମୟରେ ତାଙ୍କୁ ଆତଙ୍କବାଦୀମାନେ ପଛପଟୁ ଗୁଳି ଚଳାଇଥିଲେ।ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଶୋପିଆନ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରି ଫେରାର ଆତଙ୍କୀଙ୍କୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ଏଯାଏ ଆତଙ୍କୀମାନଙ୍କ କୌଣସି ପତ୍ତା ମିଳି ନଥିବା କଶ୍ମୀର ଜୋନ ପୋଲିସ ଟ୍ୱିଟ କରି ସୂଚନା ଦେଇଛି।






More Stories
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା,୨ ମୃତ…..
ତଦନ୍ତ ଫାଇଲ ଗାଏବ କୁ ନେଇ FIR….