ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ ପଶ୍ଚିମ କଲମ୍ବିଆର ପାନ ଆମେରିକୀୟ ରାଜପଥରେ ଏକ ବସ ଓଲଟି ପଡିଛି। ଫଳରେ ୨୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଗୁରୁତର ହୋଇଥିବା ଜଣାପଡିଛି। ବସ୍ଟି କଲମ୍ବିଆର ଦକ୍ଷିଣ ପଶ୍ଚିମ କୋଣରେ ଥିବା ତୁମାକୋ ବନ୍ଦର ସହର ଏବଂ ଉତ୍ତର ପୂର୍ବ ଦିଗରେ ୩୨୦ କିମି ଦୂରରେ ଥିବା କାଲି ଭିତରେ ଯାତ୍ରା କରୁଥିଲା। ପ୍ରବଳ କୁହୁଡି ପଡ଼ିଥିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ନାରିନୋ ଟ୍ରାଫିକ ପୁଲିସ ବିଭାଗର କ୍ୟାପଟେନ ଆଲବର୍ଟଲ୍ୟାଣ୍ଡ ଆଗୁଡୋଲ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ୨୦ଜଣଙ୍କ ପ୍ରାଣ ଯାଇଛି। ଗୁରୁତରମାନଙ୍କ ଭିତରେ ୩ ବର୍ଷ ବାଳିକା ଓ ୮ ବର୍ଷର ବାଳକ ଅଛନ୍ତି। ଶନିବାର ସକାଳେ କୁହୁଡି ପଡ଼ିଥିଲା। ତେବେ ସେଭଳି ସ୍ପଷ୍ଟ ଦେଖାଯାଉନଥିବାରୁ ଡ୍ରାଇଭର ବ୍ରେକ ମାରିବାରେ ବିଫଳ ହୋଇଥିବାରୁ ବସ୍ଟି ଓଲଟି ପଡିଥିବା ଅନୁମାନ କରାଯାଉଛି ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି। ତେବେ ସେଠାକାର ପୁଲିସ ଓ ଅଗ୍ନିଶମ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ଓ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..