ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆଜି ହାଇଦ୍ରାବାଦରେ ହେବ ଇନଭେଷ୍ଟର୍ସ ମିଟ୍ । ଏଥିପାଇଁ ହାଇଦ୍ରାବାଦ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ ପରେ ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ୍ ହେବାକୁ ଯାଉଛି। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କ ସହ ଓ୍ବାନ୍ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ହାଇଦ୍ରାବାଦର ହୋଟେଲ ତାଜ୍ କ୍ରିଷ୍ଣାରେ ପୁଞ୍ଜିପତିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ସମ୍ମିଳନୀରେ ହେଲ୍ଥ ଏବଂ ଫାର୍ମା, ଆଇଟି, ମେଟାଲ, ଏବଂ ମେଟାଲ ଡାଉନ ଷ୍ଟ୍ରିମ, ଟେକ୍ସଟାଇଲ, ଫୁଡ ପ୍ରୋସେସିଂ, ମାଇନିଂ ମେସିନାରୀ ଏବଂ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପ୍ରମୁଖ କଂପାନି ମୁଖ୍ୟଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ବରରେ ଅନୁଷ୍ଠିତ ହେବ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ। ଏଥିରେ ସାମିଲ ହେବାକୁ ପୁଞ୍ଜିନିବେଶକାରୀଙ୍କୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ। ତେବେ ଇନଭେଷ୍ଟର୍ସ ମିଟ୍ ପୂର୍ବରୁ ରବିବାର ସଂଧ୍ୟାରେ ସେଠାରେ କିଛି ଶିଳ୍ପଦ୍ୟୋଗୀଙ୍କ ସହ ଓ୍ବାନ୍ ଟୁ ଓ୍ବାନ୍ ଚର୍ଚ୍ଚା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଶିଳ୍ପ ସଚିବ ହେମନ୍ତ ଶର୍ମା। ମୋଟ୍ ୧୩ ଜଣ ପୁଞ୍ଜି ନିବେଶକଙ୍କ ସହ ବୈଠକ କରିଛନ୍ତି ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..