ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗରି ଜିଲ୍ଲା ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନ୍କାଉଣ୍ଟର ହୋଇଛି । ଏଥିରେ ଜଣେ ଏଏସ୍ଆଇ ଗୁରୁତର ହୋଇଛନ୍ତି । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବିଜାପୁର ଜିଲ୍ଲା ତେରମ ଥାନା ଅଞ୍ଚଳରେ ଯବାନମାନେ କୁମ୍ବିଂ ଅପରେସନ ସାରି କ୍ୟାମ୍ପକୁ ଫେରୁଥିଲେ । ଠିକ୍ ଏହି ସମୟରେ ନକ୍ସଲମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । କିନ୍ତୁ ଏଥିରେ ରାଜେଶ ସୂର୍ଯ୍ୟବଂଶୀ ନାମକ ଜଣେ ପୋଲିସ ଏଏସ୍ଆଇ ଆହତ ହୋଇଛନ୍ତି । ରାଜେଶଙ୍କୁ ପ୍ରଥମେ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ବାୟୁସେନାର ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳକୁ କୋବ୍ରା ଓ ଏସଟିଏଫ ଯବାନଙ୍କୁ ପଠାଯାଇଥିବା ନେଇ ବସ୍ତର ଆଇଜି ସୁନ୍ଦର ରାଜ ପି ସୂଚନା ଦେଇଛନ୍ତି






More Stories
କମିବ ପେଟ୍ରୋଲ,ଡିଜେଲ ଦର…..
ଚାମେଲି ଓଝାଙ୍କୁ ମିଳିଲା ଜାମିନ…..
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..