ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବକାରୀ ନୀତିକୁ ନେଇ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କୁ ସମନ ଜାରିକରିଥିଲେ | ଏହାପରେ ଆଜି ସିବିଆଇ କାର୍ଯ୍ୟାଳୟରେ ମନୀଷ ସିସୋଦିଆ ହାଜର ହୋଇଥିଲେ | ଆଜି ହାଜର ହେବା ଲାଗି ତାଙ୍କୁ ସମନ କରାଯାଇଥିଲା । ସମନ ପରେ ଆପ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ କେନ୍ଦ୍ର ସରାକର ଓ ବିଜେପିକୁ ଭର୍ତ୍ସନା କରାରିଛି । ଏପରିକି ଆଜିର ହାଜର ବେଳେ ସିସୋଦିଆଙ୍କୁ ଗିରଫ କରାଯାଇପାରେ ବୋଲି ଆପ୍ ଆଶଙ୍କା ପ୍ରକାଶ କରିଥିଲା । ଆଜି ସକାଳୁ ସକାଳେ ସିସୋଦିଆଙ୍କ ବାସଭବନ ଅଞ୍ଚଳକୁ ସଂପୂର୍ଣ୍ଣ ସିଲ୍ କରାଯାଇଥିଲା। ଏନେଇ ଆପ ପ୍ରତିକ୍ରିୟା ରଖିଛି। ଆପ କହିଛି ଯେ, ଯେମିତି ଦିନେ ସରଦାର ଭଗତ ସିଂହ ଦେଶକୁ ସ୍ୱାଧୀନ କରିବା ଲାଗି ବଳିଦାନ ଦେଇଥିଲେ, ଆଜି ଠିକ୍ ସେଭଳି ବଳିଦାନ କରିବାର ସମୟ ଆସିଛି । ତେବେ ମଦ ନୀତିରେ କୌଣସି ପ୍ରକାର ଅନିୟମିତତା ନାହିଁ । କେବଳ ଗୁଜୁରାଟ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି କରାଯାଉଛି | ଗୁଜରାଟ ନିର୍ବାଚନ ପ୍ରଚାରରରୁ ସିସୋଦିଆଙ୍କୁ ବିଜେପି ଅଟକାଇବାକୁ ଚାହୁଁଛି। ସିସୋଦିଆ ନିଜା ଟ୍ୱିଟ୍ କରି କହିଛନ୍ତି ଯ, କିଛି ଦିନ ଭିତରେ ମୋର ଗୁଜରାଟ ଯିବାର କାର୍ଯ୍ୟକ୍ରମ ଥିଲା। ହେଲେ ବିଜେପି ମୋତେ ରୋକିବାକୁ ଚାହୁଁଛି।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..