ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ବାହାରୁ ଓଡ଼ିଶାକୁ ଆସୁଥିବା ନକଲି ମେଡିସନକୁ ନେଇ ଜନସାଧାରଣ ଭୟରେ ରହିଛି । ଏହା ମଧ୍ୟରେ ନକଲି ଔଷଧ କାରବାରକୁ ନେଇ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ନକଲି ଔଷଧ କାରବାର ରୋକିବା ଦିଗରେ କାର୍ଯ୍ୟ କରିବେ ଜନସାଧାରଣ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଚିଠି ପ୍ରକାଶ ପାଇଛି । ରାଜ୍ୟ ଡ୍ରଗସ କଣ୍ଟ୍ରୋଲର ଅଧିକାରୀଙ୍କ ଫୋନ୍ ନମ୍ବର ଗଣମାଧ୍ୟମରେ ପ୍ରକାଶ କରାଯିବ । ଯଦି ଜନସାଧାରଣ କୌଣସି ନକଲି ଔଷଧ ସମ୍ପର୍କରେ କିଛି ସୂଚନା ପାଆନ୍ତି, ତେବେ ଉକ୍ତ ନମ୍ବରରେ କଲ୍ କରିପାରିବେ । ସେହିପରି ରାଜ୍ୟ ଭେଷଜ ନିରୀକ୍ଷକଙ୍କ ପକ୍ଷରୁ ମଧ୍ୟ ଏକ ବଡ଼ ପଦକ୍ଷେପ ନିଆଯାଇଛି । ରେଞ୍ଜ-୨ ଓ ୫ ଅଧିନରେ ଥିବା ସମସ୍ତ ମେଡିସିନ ଦୋକାନ, ହୋଲସେଲର ଓ ଷ୍ଟକିଷ୍ଟଗୁଡ଼ିକରେ ଦୋକାନ ଆଗରେ ନୋଟିସ୍ ବୋର୍ଡ ଲଗାଇବାକୁ ବାଧ୍ୟତାମୂକଳ କରାଯାଯାଇଛି । ଜନସାଧାରଣ ମେଡିସିନର ସାଇଡ୍ ଇଫେକ୍ଟ, ଅପମିଶ୍ରିତ ମେଡିସିନ ସମ୍ବନ୍ଧୀୟ ଯେ କୌଣସି ଅଭିଯୋଗ ଉକ୍ତ ନମ୍ବର ମାଧ୍ୟମରେ କରିପାରିବେ । ଏନେଇ ରେଞ୍ଜ-୨ ଓ ୫ର ଡ୍ରଗ ଇନ୍ସପେକ୍ଟର ବିଭିନ୍ନ ମେଡିସିନ ଦୋକାନ ବୁଲି ନୋଟିସ୍ ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଜନସାଧାରଣଙ୍କ ସହଯୋଗ ମିଳିଲେ ରାଜ୍ୟରେ ନକଲି ମେଡିସିନର ଅହେତୁକ ପ୍ରସାର ଉପରେ ରୋକ ଲାଗି ପାରିବ ବୋଲି ବୋଲି ଆଶା କରାଯାଉଛି ।






More Stories
କିନ୍ନରଙ୍କୁ ହତ୍ୟା ଘଟଣା:ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରେ ବସିଲେ କିନ୍ନର…..
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..
ଆସନ୍ତାକାଲି ସ୍କୁଲ୍ ଛୁଟି…..