ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ରବିବାର ସ୍ଥିରଚିତ୍ତ ହୋଇ କାର୍ଯ୍ୟ କରିବା ଆବଶ୍ୟକ। ସୋମବାର ଓ ମଙ୍ଗଳବାର ବ୍ୟବସାୟରେ ଲାଭବାନ ହେବେ। ପୈତୃକ ସମ୍ପତ୍ତି ମିଳିପାରେ। ବୁଧବାର ଓ ଗୁରୁବାର ଶତ୍ରୁଦ୍ବାରା ପରାସ୍ତ ହୋଇପାରନ୍ତି। ଅଶାନ୍ତି ଦେଖାଦେବ। ଶୁକ୍ରବାର ଓ ଶନିବାର ଦୂରଦେଶକୁ ଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହଂ ପବନନନ୍ଦନାୟ ସ୍ବାହା ମନ୍ତ୍ର ଜପ କରନ୍ତୁ।
ବୃଷ: ରବିବାର ଶ୍ରୀଚନ୍ଦ୍ର ଲାଭ ହେବ। ଶୁଭଫଳ ପ୍ରାପ୍ତି ହେବ। ସୋମବାର ଓ ମଙ୍ଗଳବାର ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ବୁଧବାର ଓ ଗୁରୁବାର ପରମ୍ପରାବାଦୀ ହେବେ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ପରିଶ୍ରମଜନିତ କ୍ଳାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଶିବ ତାଣ୍ଡବ ସ୍ତୋତ୍ର ପାଠ କରନ୍ତୁ।
ମିଥୁନ: ରବିବାର ପଡ଼ୋଶୀଙ୍କ ସହିତ ମତଭେଦ ହୋଇପାରେ। ସୋମବାର ଓ ମଙ୍ଗଳବାର କାର୍ଯ୍ୟରେ ସଫଳତା ଲାଭ କରିବେ। ଯାନବାହନ କ୍ରୟ କରିପାରନ୍ତି। ବୁଧବାର ଓ ଗୁରୁବାର ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି। ଚକ୍ଷୁଜନିତ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ଧନପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ନୂତନ କାର୍ଯ୍ୟରେ ଯୋଗଦେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ସହସ୍ର ନାମ ପାଠ କରନ୍ତୁ।
କର୍କଟ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମ ଅନୁସାରେ ଫଳପ୍ରାପ୍ତି କରିବେ। ଯାତ୍ରା ଅନୁକୂଳ ଫଳ ପ୍ରଦାନ କରିବ। ବୁଧବାର ଓ ଗୁରୁବାର ସୁସ୍ବାଦୁ ଭୋଜନ ମିଳିପାରେ। ବନ୍ଧୁଙ୍କ ଗହଣରେ ସମୟ କଟିବ। ଶୁକ୍ରବାର ଓ ଶନିବାର ଶତ୍ରୁଦ୍ବାରା ପରାସ୍ତ ହେବେ। ଦ୍ରବ୍ୟ ଚୋରି ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ କାର୍ଯ୍ୟବ୍ୟସ୍ତ ରହିବେ। ରିଷ୍ଟଖଣ୍ଡନ ପାଇଁ ଲଂ ଲଳିତାଭ୍ୟାଂ ନମଃ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରତିଯୋଗିତାରେ ବିଜୟୀ ହେବେ। ଯାନବାହନର ସୌଖ୍ୟ ପ୍ରାପ୍ତ ହେେବ। ବ୍ୟବସାୟରେ ଲାଭବାନ ହେବେ। ବୁଧବାର ଓ ଗୁରୁବାର ବାକ୍ସଂଯମୀ ନହେଲେ ବିବାଦରେ ପଡ଼ିପାରନ୍ତି। ଶୁକ୍ରବାର ଓ ଶନିବାର ଶ୍ରୀଯୁକ୍ତ ହେବେ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।
କନ୍ୟା: ରବିବାର ଓ ସୋମବାର କର୍ମକୁଶଳୀ ହେବେ। ଜମିବାଡ଼ି ବିକ୍ରିରେ ସଫଳତା ପାଇବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ରକ୍ଷଣଶୀଳ ହେବା ସହ ପ୍ରତିଷ୍ଠା ଲାଭ କରିବେ। ଶୁକ୍ରବାର ଓ ଶନିବାର ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ୍। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଏକଦନ୍ତାୟ ବିଦ୍ମହେ ବକ୍ରତୁଣ୍ଡାୟ ଧୀମହି ତନ୍ନୋଦନ୍ତି ପ୍ରଚୋଦୟାତ୍ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାର ଓ ସୋମବାର ଅସୁବିଧାରେ ପଡ଼ିପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସଫଳତା ମିଳିବ ଅର୍ଥନୈତିକ ପ୍ରଗତି ପରିଲକ୍ଷିତ ହେବ। ଶୁକ୍ରବାର ଓ ଶନିବାର ବ୍ୟକ୍ତିଗତ ସ୍ବାର୍ଥକୁ ନେଇ କାର୍ଯ୍ୟ କରିବେ। ଯଶ, ମାନ ଓ ଗୌରବ ବୃଦ୍ଧିହେବ। ମହିଳା ଓ ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ ପ୍ରାପ୍ତି ହେବ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଶିବଙ୍କ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।
ବିଛା: ରବିବାର ସଫଳତା ଲାଭ କରିବେ। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ହାତେ ମାପି ଚାଖଣ୍ଡେ ଚାଲିବା ଭଲ। ଶତ୍ରୁ ଦ୍ବାରା ପରାସ୍ତ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ନୂତନ କାର୍ଯ୍ୟରେ ଯୋଗଦାନ କରିବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେେବ। ମହିଳା ଓ ବିଦ୍ୟାର୍ଥୀ କର୍ମାଶ୍ରୟୀ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ଳୀଂ ଶ୍ରୀଂ ଦୁର୍ଗତିନାଶିନୀ ମହାମାୟାୟୈ ସ୍ବାହା ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାର ଓ ସୋମବାର ଯୋଜନା ଅନୁସାରେ କାର୍ଯ୍ୟ କରି ସଫଳତା ପ୍ରାପ୍ତ ହେେବ। ମଙ୍ଗଳବାର ଓ ବୁଧବାର ପ୍ରଯୁକ୍ତି ବିଦ୍ୟାର ସଫଳ ବ୍ୟବହାର କରି ସଫଳତା ପାଇବେ। ପରିଶ୍ରମଜନିତ କ୍ଳାନ୍ତି ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ବାକ୍ସଂଯମୀ ହୁଅନ୍ତୁ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗାସହସ୍ରନାମ ପାଠ କରନ୍ତୁ।
ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ବୁଧବାର ଓ ଗୁରୁବାର ବୈବାହିକ ସମସ୍ୟା ଦୂରହେବ। ଶୁକ୍ରବାର ଓ ଶନିବାର ଜମିବାଡ଼ି ଜନିତ ସମସ୍ୟା ଦେଖାଦେବ। ବ୍ୟକ୍ତିଗତ ସ୍ବାର୍ଥକୁ ନେଇ କାର୍ଯ୍ୟ କରିବେ। ବିବାଦରେ ପଡ଼ିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ଦକ୍ଷିଣକାଳୀଙ୍କୁ ଆରାଧନା କରନ୍ତୁ।
କୁମ୍ଭ: ରବିବାର ମାନସିକ ଅବସାଦ ଦେଖାଦେବ। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଦୂରଯାତ୍ରା କରିପାରନ୍ତି। ଜୀବନ ସୁଖମୟ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଉପଯୋଗୀ କାର୍ଯ୍ୟ କରି ପ୍ରଶଂସିତ ହେବେ। ଯଶ, ମାନ ଓ ଗୌରବ ବୃଦ୍ଧିହେବ। ନୂତନ ନିଯୁକ୍ତି ମିଳିପାରେ। ମହିଳା ଓ ବିଦ୍ୟାର୍ଥୀ ମନନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
ମୀନ: ରବିବାର ଇଚ୍ଛା ଅନୁସାରେ କାର୍ଯ୍ୟ କରି ସଫଳତା ଲାଭ କରିବେ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ସାବଧାନତା ଲୋଡ଼ା। ଋଣଯୁକ୍ତ ହୋଇପାରନ୍ତି। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଶ୍ରୀଯୁକ୍ତ ହେବେ। ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀକୃଷ୍ଣ ଆରାଧନା କରନ୍ତୁ।






More Stories
ସତର୍କ ରହିବା ଭଲ…..
ସତର୍କତାର ସହ ଚଳିବାକୁ ପଡ଼ିବ…..
ଶୁଭ ଫଳ ମିଳିବ…..