ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ୩୧ ତାରିଖରୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେବ। ଏନେଇ ଆଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ଯୋଡ ଯାତ୍ରା ପାଇଁ ପୋଷ୍ଟର ରିଲିଜ କରାଯାଇଛି। ଆଇ ଜି ପାର୍କରୁ ଆରମ୍ଭ ହୋଇ ଫୁଲନଖରାର ଲକ୍ଷେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଚାଲିବ। ଦିନକୁ ୨୦ କିମି ଚାଲିବ କଂଗ୍ରେସର ପଦଯାତ୍ରା । ୨୭ଟି ଜିଲ୍ଲାରେ ଏହି ପଦଯାତ୍ରା କରାଯିବ। ସନ୍ତୋଷ ସିଂ ସାଲୁଜା ଆହୁରି କହିଛନ୍ତି, ଧାମନଗର ଉପନିର୍ବାଚନ ପାଇଁ ୨ ଓ଼ ୩ତାରିଖ ପଦଯାତ୍ରା ବନ୍ଦ ରହିବ। ନେତାଙ୍କ ପାଇଁ୨୦ କିମି ଟେଣ୍ଟର ବ୍ୟବସ୍ଥା କରାଯିବ। ସେଠାରେ ନେତାଙ୍କ ରହିବା ଓ଼ ଖାଇବା ବ୍ୟବସ୍ଥା କରାଯିବ। ଯାତ୍ରା ସମୟରେ କଂଗ୍ରେସର ବିଭିନ୍ନ ସେଲ ସହ ଏସ ଏସ ଜି ମହିଳା, ବୁଦ୍ଧିଜୀବୀ ଓ଼ କ୍ରୀଡାବିତଙ୍କୁ ଭେଟିବେ କଂଗ୍ରେସ ନେତା। ଏହାଛଡ଼ା ଚାଷୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବ କଂଗ୍ରେସ। ଏହି ଯାତ୍ରାରେ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ଯୋଗ ଦେବେ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….