ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୂର୍ଯ୍ୟପରାଗରେ ଚିକେନ୍ ବିରିୟାନୀ ଖାଇବା ଘଟଣାରେ ହେତୁବାଦୀଙ୍କୁ ଲିଗାଲ ନୋଟିସ୍ ଜାରିହୋଛି । ହେତୁବାଦୀ ପ୍ରତାପ ରଥଙ୍କୁ ଲିଗାଲ ନୋଟିସ ପଠାଇଲେ ଆଇନଜୀବୀ ସନ୍ଦୀପନ ମିଶ୍ର । ନିଃସର୍ତ କ୍ଷମା ପ୍ରାର୍ଥନା ପାଇଁ ନୋଟିସରେ ଉଲ୍ଲେଖ କରାଯାଇଛି । ୭ ଦିନ ଭିତରେ ପକ୍ଷ ରଖ, ନଚେତ ହାଇକୋର୍ଟରେ ମାମଲା ଦାଏର କରାଯିବ ବୋଲି ଲିଗାଲ୍ ନୋଟିସ୍ ରେ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ ଯେ, ଗତ ସୋମବାର ସୂର୍ଯ୍ୟପରାଗ ଦିନ ହେତୁବାଦୀ ସଂଗଠନ ତରଫରୁ ସବୁଠି ବିରିୟାନୀ ବଣ୍ଟନ କରାଯାଇଥିଲା । ଧର୍ମୀୟ ଭାବନା ସହ ବିଜ୍ଞାନକୁ ଭୁଲ ଦର୍ଶାଇ ନିଜେ ମଧ୍ୟ ବିରିୟାନୀ ଖାଇଥିଲେ । ଏପରିକି ସଂଗଠନ ତରଫରୁ ସଦସ୍ୟମାନେ ନିଜେ ମଧ୍ୟ ଖାଇଥିଲେ । ଯାହାକୁ ନେଇ ଅନେକ ତର୍କ ବିତର୍କ ରାଗିରହିଛି |






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..