Report Card Odisha

| Daily Odia News

ଭିଜିଲାନ୍ସ ସଚେତନତା ସପ୍ତାହ ଆରମ୍ଭ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜିଠାରୁ ଭିଜିଲାନ୍ସ ସଚେତନତା ସପ୍ତାହ ଆରମ୍ଭ ହୋଇଛି । ଏଥର ଥିମ୍‌ ରହିଛି ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ ଗଠନ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚ୍ଚୋଟତା ନେଇ ଶପଥ ପାଠ କରାଇଛନ୍ତି। ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଉଦବୋଧନ ଦେଇ କହିଛନ୍ତି, ରାଜ୍ୟରୁ ଦୁର୍ନୀତି ନିବାରଣ ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ସମସ୍ତେ କାର୍ଯ୍ୟକାରୀ କରିବା ଉଚିତ। ଏଥିରେ ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଛାତ୍ରଛାତ୍ରୀ ଓ ରାଜ୍ୟ ସରକାରଙ୍କ କ୍ଷେତ୍ରାଧିକାରୀମାନେ ଯୋଡ଼ି ହୋଇଥିଲେ। ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଭିଡିଓ କନଫରେନ୍‌ସିଂ ଜରିଆରେ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବ୍ଲକ ଅଫିସକୁ ଯୋଡ଼ା ଯାଇଛି। ସଚ୍ଚୋଟତା ନେଇ ସରକାରୀ ଅଧିକାରୀମାନେ ଶପଥ ନେଇଥିଲେ। ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଜିଲ୍ଲା ଓ ବ୍ଲକ ସ୍ତରରେ ସଚେତନତା ସଭା ସାଙ୍ଗକୁ ବକ୍ତୃତା ଓ ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତାର ଆୟୋଜନ କରାଯାଉଛି।

Breaking News