Report Card Odisha

| Daily Odia News

ବିଚ୍‌ ରାସ୍ତାରେ ମହିଳାଙ୍କୁ ହାଣିଲେ ଦୁର୍ବୃତ୍ତ……

ରିପୋର୍ଟ କାର୍ଡ / ମୟୂରଭଞ୍ଜ

ରାସ୍ତାରେ ମହିଳାଙ୍କୁ ହାଣିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ପଦ୍ମିନୀ ପ୍ରଧାନ ବୋଲି ଜଣାପଡିଛି । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜୁନପାଳ ଗାଁରେ | ଖବର ଅନୁଯାୟୀ, ମଙ୍ଗଳବାର ଦିନ କୁନପାଳ ଗାଁ ଛକରେ କିଛି ଦୁର୍ବୃତ୍ତମାନେ ଆସି ଜଣେ ମହିଳାଙ୍କୁ ବିଚ୍‌ ରାସ୍ତାରେ ହାଣିଥିଲେ । ଏହାପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ମହିଳାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

Breaking News