ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୨ ବର୍ଷରୁ ଅଧିକ ଦିନ ଧରି ବିଶ୍ୱବାସୀଙ୍କୁ ହନ୍ତସନ୍ତ କରିଥିବା କରୋନା ପୁଣି ଆତଙ୍କ ଖେଳାଇଛି | ଚାଇନାର ଝାଙ୍ଗଝୋଇ ସହରରେ ଥିବା ଆଇଫୋନ୍ ଷ୍ଟ୍ରିଟ୍ ତଥା ଫ୍ୟାକ୍ଟ୍ରିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଠାରେ ପୁଣି ଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ଚୀନ୍ ପ୍ରଶାସନ ପକ୍ଷରୁ ଏଠାରେ ଲକ୍ଡାଉନ୍ ଲାଗୁ କରାଯାଇଛି। ତେବେ ଏହାକୁ ନେଇ ଚୀନ୍ର ବୃହତ୍ତମ ଆଇଫୋନ୍ କାରଖାନା ଭାବେ ଜଣାଶୁଣା ଏହି ସ୍ଥାନର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଲକଡାଉନ୍ରୁ ବଞ୍ଚିବା ପାଇଁ ଶତାଧିକ ଶ୍ରମିକ କାରଖାନା ଛାଡି ଜୀବନ ବିକଳରେ ପଳାୟନ କରୁଛନ୍ତି। ଜିରୋ କୋଭିଡ ନୀତି ଅନୁସାରେ ଜାରି ହୋଇଥିବା ଲକଡାଉନ୍ ଭୟରେ କର୍ମଚାରୀମାନେ କମ୍ପାନୀର ସବୁଠୁ ବଡ ଆସେମ୍ବଲି ସାଇଟ୍କୁ ଭାଙ୍ଗି ଦେଇଛନ୍ତି। ବହୁ ଲୋକ କମ୍ପାନୀ ତାର ବାଡ ଡେଇଁ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ନିଜ ଘରକୁ ଚାଲି ଚାଲି ଯାଉଛନ୍ତି। ଚୀନ୍ ସୋଶାଲ ମିଡିଆରେ ଏହି ପୂରା ଘଟଣାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ଅନେକ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ଚୀନ୍ର ବିଭିନ୍ନ ସ୍ଥାନରେ ଲକଡାଉନ୍ ଯୋଗୁଁ ଲୋକେ ଭୋକ ଉପବାସରେ ରହୁଥିବା ଜଣାପଡିଛି |






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..