Report Card Odisha

| Daily Odia News

ଓଲଟିଲା ଯାତ୍ରୀବାହି ବସ,୩୦ ଆହତ…..

ରିପୋର୍ଟ କାର୍ଡ / ଯାଜପୁର

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ୧୬ନମ୍ବର ଜାତୀୟ ରାଜପଥ ସାହାପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହି ବସ ଭାରସାମ୍ୟ ହରାଇ ଡିଭାଇଡ଼ରରେ ପିଟିହୋଇ ରାସ୍ତା ତଳକୁ ଓଲଟି ପଡିଛି । ଫଳରେ ବସ୍‌ ମଧ୍ୟରେ ଥିବା ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ସନ୍ଧ୍ୟା ସମୟରେ ମୟୂରଭଞ୍ଜର ବେନିସାଗରରୁ ୪୦ ଯାତ୍ରୀ ନେଇ ଘରୋଇ ‘ଶାନ୍ତିଲତା’ ବସ୍‌ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ବସ୍‌ଟି ଯାଜପୁର ଜିଲ୍ଲାର ସାହାପୁର ନିକଟରେ ହୋଇଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡ଼ରରେ ପିଟି ହୋଇ ବସ୍‌ଟି ରାସ୍ତା ତଳକୁ ଓଲଟି ପଡିଥିଲା। ଫଳରେ ବସ୍‌ ମଧ୍ୟରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲେ । ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ପହଞ୍ଚିଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ୫ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା |

Breaking News