ରିପୋର୍ଟ କାର୍ଡ / ଆଠଗଡ଼
ଭର୍ଚୁଆଲ ମୋଡରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ । ଦର୍ଶନ ପାଇଁ ହେବ ବଡ଼ ଏଲ୍ଇଡିର ଲାଇଟର ବ୍ୟବସ୍ଥା । ଧବଳେଶ୍ୱରୀ ପୀଠକୁ କୌଣସି ଭକ୍ତ ଯାଇପାରିବେନାହିଁ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କଟକଣା ଲାଗିଥିବା ସମୟରେ କେବଳ ବ୍ରାହ୍ମଣମାନେ ହିଁ ମନ୍ଦିର ଭିତରକୁ ଯାଇପାରିବେ ଏବଂ ଠାକୁରଙ୍କ ପୂଜାର୍ଚନା କରିବେ । ସମସ୍ତଙ୍କ ସହିତ ଆଲୋଚନା ପରେ ମେଳା ପାଇଁ ଜାଗା ଚିହ୍ନଟ କରାଯିବେ । ସମସ୍ତ ପ୍ରସ୍ତୁତି ସହ ସେହି ଜାଗାରେ ମେଳା କରାଯିବ । ଧବେଶ୍ୱର ପୀଠରେ ସ୍ଥିତି ନେଇ ସମୀକ୍ଷା କରିଛନ୍ତି କଟକ ଜିଲ୍ଲାପାଳ । ସୂଚନାଯୋଗ୍ୟ , ଗୁଜୁରାଟରେ ହୋଇଥିବା ମୋରବି ପୋଲ ଦୁର୍ଘଟଣା ପରେ ଧବଳେଶ୍ୱର ପାଇଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି |






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..