ରିପୋର୍ଟ କାର୍ଡ / ରାଞ୍ଚି
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ ଜାରିକରିଛି । ବେଆଇନ ଖଣି ମାମଲାରେ ହେମନ୍ତଙ୍କୁ ପୁଣି ଇଡି ସମନ କରିଥିବା ଜଣାପଡ଼ିଛି । ଏହି ମାମଲାକୁ ନେଇ ଅଧିକ ପଚରାଉଚରା କରିବାକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ହେମନ୍ତଙ୍କୁ କାର୍ଯ୍ୟାଳୟରେ ହଜାର ହେବାକୁ ନିର୍ଦ୍ଦେଶ ଦେଇଛି । ଆସନ୍ତାକାଲି ରାଞ୍ଚି ସ୍ଥିତ ଇଡି କାର୍ଯ୍ୟାଳୟରେ ହେମନ୍ତ ସୋରେନ ହାଜର ହେବାକୁ ନୋଟିସ ହୋଇଛି । ଇଡିର ସମନକୁ ନେଇ ଜେଏମଏମ ନେତା ମନୋଜ ପାଣ୍ଡେ ପ୍ରତିକ୍ରିୟା ରଖିଛନ୍ତି । ମନୋଜ କହିଛନ୍ତି ଇଡି ସମନ କରିଛି, ସେ ତାର କାମ କରିବ । ଯଦି ଆମ ପ୍ରତି ଅନ୍ୟାୟ ହୁଏ ତେବେ ଆମେ କୋର୍ଟକୁ ଯିବୁ । ଏନେଇ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ । ଏହା କେବଳ ପ୍ରତିଶୋଧର ରାଜନୀତି ବୋଲି ଜେଏମଏମ ନେତା ମନୋଜ ପାଣ୍ଡେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଖାଲି ସେତିକି ନୁହେଁ, ଅର୍ଥ ହେରଫେର ମାମଲାରେ ସୋରେନଙ୍କ ଘନିଷ୍ଠ ସହଯୋଗୀ ପଙ୍କଜ ମିଶ୍ରଙ୍କୁ ମଧ୍ୟ ଇଡି ପୂର୍ବରୁ ଜେରା କରିଥିଲା । ଏବଂ ତାଙ୍କ ବାସଭବନରେ ଚଢ଼ାଉ କରିଥିଲା । ବିଭିନ୍ନ ବ୍ୟାଙ୍କ ପାସବୁକ୍ ସହ ଅନେକ କାଗଜପତ୍ର ଜବତ କରିଥିଲା ଇଡି । ପ୍ରିଭେନସନ୍ ଅଫ୍ ମନି ଲଣ୍ଡ୍ରିଂ ମାମଲାରେ ଜୁଲାଇ ୧୯ରେ ତାଙ୍କୁ ଗିରଫ କରାଯାଇଥିଲା । ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..