ରିପୋର୍ଟ କାର୍ଡ / ଭୁବନେଶ୍ୱର
ଧାମନଗର ବିଧାନସଭା ଆସନ ପାଇଁ ଆଜି ଉପନିର୍ବାଚନ । ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲିପଡ଼ିଥିବା ଆସନ ପାଇଁ ଆଜି ଉପନିର୍ବାଚନ କରାଯାଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ, ସଂଧ୍ୟା ୬ଟା ଯାଏଁ ମତଦାନ ସରିବ। ମତଦାନ ପାଇଁ ଧାମନଗରରେ ମୋଟ୍ ୨୫୨ଟି ବୁଥର ବ୍ୟବସ୍ଥା ହୋଇଛି । ସେଥି ମଧ୍ୟରୁ ୧୧୦ଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବେ ଘୋଷଣା କରାଯାଇଛି । ଚଳିତ ଉପନିର୍ବାଚନରେ ୫ଜଣ ପ୍ରାର୍ଥୀ ରହିଛନ୍ତି । ବିଜେଡି, ବିଜେପି, କଂଗ୍ରେସ ଓ ୨ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଧାମନଗରର ୨ଲକ୍ଷ ୩୮ ହଜାର ଭୋଟର । ବୁଥରେ ଯେପରି କୌଣସି ବିଶୃଙ୍ଖଳା ନଘଟେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳ ୯ ଟା ସୁଦ୍ଧା ୧୦.୨୫ ପ୍ରତିଶତ ଭୋଟ ହୋଇଛି |






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଚେମେଲୀଙ୍କୁ ୭୦ ଲକ୍ଷ ଟଙ୍କା….
ଜରୁରୀ ସେବାକୁ ଇନ୍ଧନ ମନା କଲେ ଜେଲ୍…..