ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅସତ ମଣିଷ ମାନେ ହିଁ ଅସତ ଉପାୟରେ ଭରସା ରଖନ୍ତି l ଅଧର୍ମ ଆଚରଣ ଏ ଯୁଗର ପ୍ରଧାନ ଲକ୍ଷଣ ବୋଲି ଥିଙ୍କର୍ସ କ୍ଲବ୍ ର ୪୭ ତମ ଆଭlସି ଆଲୋଚନାରେ ମତ ପ୍ରକାଶ ପାଇଛି l ଅସତ ଉପାୟରେ କାର୍ଯ୍ୟ ହାସଲ ବିଷୟରେ ଏକ ଆଭାସି ଆଲୋଚନା ଅନୁଷ୍ଠାନ ର ସଭାପତି ବରଦା ଦାସ ଙ୍କ ସଭାପତିତ୍ବରେ ସମ୍ପାଦିତ ହୋଇଛି l ଫ୍ରେଣ୍ଡସ ପ୍ରକାଶକ ପ୍ରକାଶିତ ଏକ ଅନନ୍ୟ ପୁସ୍ତକ ସତ୍ୟର ସନ୍ଧାନ ରୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମତାମତ ଆଲୋଚନା କରାଯାଇଥିଲା l ଡ ପ୍ରସନ୍ନ ପାଟ୍ଟଶାଣୀ ପୂର୍ବତନ ସାଂସଦ ଙ୍କ ମତ ଥିଲା ଅସତ ର କାରଣ ବି ଅସତ l ଅସତ ଉପାୟରେ କାର୍ଯ୍ୟ ସାଧନ ରାଜନୈତିକ ନେତା ମାନଙ୍କର ନୀତି ବିହୀନ ଚରିତ୍ର ରୁ ଜାତ ହୋଇଛି ବୋଲି ସ୍ବର୍ଗତ ପୂର୍ବତନ ଭାରତୀୟ ପ୍ରଶାସକ ମଇ ଉଦିନ ଅହମ୍ମଦ ମତ ଦେଇଥିଲେ l ବେଶୀ ଭାଗ ଲୋକ ଏ ମାର୍ଗ ଅବଲମ୍ବନ କରନ୍ତି ନାହିଁ ବୋଲି ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ପାଢ଼ୀ ମତ ପ୍ରଦାନ କରିଥିବା ବେଳେ ସ୍ୱର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଅସତ ଉପାୟରେ ହିଁ ସବୁକାର୍ୟ ହାସଲ ହୁଏ ବୋଲି ମୁଁ ଭାବେ ନା ମତ ଦେଇଛନ୍ତି l ଏହିଁ ଉପାୟରେ ବହୁ କାର୍ଯ ହୋଇ ପାରୁଚି ସତ,କିନ୍ତୁ ଏହା ବ୍ୟକ୍ତି ଓ ସମାଜ ପକ୍ଷରେ ଭୟଙ୍କର ଭାବରେ ଅନିଷ୍ଟ କରେ ବୋଲି ସ୍ୱର୍ଗତ ମନସ୍ତତ୍ଵବିତ୍ ପ୍ରଫେସର ରାଧାନାଥ ରଥ ଙ୍କ ମତ ଥିଲା l ଏହାର କାରଣ -ଲୋକେ ସତ୍ ଅପେକ୍ଷା ଅସତ କୁ ଅଧିକ ଫଳପ୍ରଦ ମନେ କରୁଛନ୍ତି l ଏହା ସାମାଜିକ ସ୍ତର ରେ ନୈତିକ ଅଧପତାନ ମାତ୍ର l ଏହା ହେଉଛି ଉପଯୁକ୍ତ ଶିକ୍ଷାର ଅଭାବ ରୁ l ଆଜି କାଲି ପ୍ରଚଳିତ ଶିକ୍ଷା କେବଳ ଜୀବିକା ନିର୍ବାହ ରେ ସହାୟକ l ଚରିତ୍ର ଗଠନ ଦିଗରେ ଶିକ୍ଷାର କୌଣସି ଭୂମିକା ନାହିଁ ବୋଲି ସ୍ୱର୍ଗତ ପଣ୍ଡିତ ରଙ୍ଗାଧର ଷଡ଼ଙ୍ଗୀ ମତ ଲେଖି ଥିଲେ l ଏହିପରି ୩୭ ଜଣଙ୍କ ମତ ଆଲୋଚନା ପରେ ସର୍ବସ୍ରୀ ଇ ନନ୍ଦ ନନ୍ଦନ ଦାସ, ପ୍ରଫେସର ଉମାଶଙ୍କର ମିଶ୍ର,ପୁଳିନ ମହାପାତ୍ର,ଅନୁପମ ବୋଷ,ନିମାଇଁ ସ୍ବାଇଁ, ବିଶପ ଡି ବି ହୃଦୟ ଆଲୋଚନରେ ଅଂଶ ଗ୍ରହଣ କରି ପ୍ରଚଳିତ ଶିକ୍ଷା ପଦ୍ଧତି ରେ ପରିବର୍ତ୍ତନ ଜରୁରୀ ବୋଲି କହିଥିଲେ l ଆମେରିକା ଓଡ଼ିଆ ସମାଜ ର ପୂର୍ବତନ ସଭାପତି ତଥା ଆଇ ଗୁରୁକୁଳ , କାଲିଫର୍ଣ୍ଣିଆ ମୁଖ୍ୟ କାର୍ଯ ନିର୍ବାହୀ କୂକୁ ଦାସ ଭାରତ ଓ ଆମେରିକା ତୁଳନାତ୍ମକ ଦୃଷ୍ଟାନ୍ତ ଦେଇ ମାନସିକ ପରିବର୍ତ୍ତନ ,କାର୍ଯ ଶୈଳୀ ,ଆଇନ କୁ କଡାକଡି ପାଳନ ଓ ଶିକ୍ଷାଦାନ ପରିବର୍ତ୍ତନ ଉପରେ ଗୁରୁତ୍ବ ଦେଇଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..