Report Card Odisha

| Daily Odia News

ବାପା କୁ ହାଣିଲେ ମା-ପୁଅ…..

ରିପୋର୍ଟ କାର୍ଡ / ଗଞ୍ଜାମ

ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ବାପାକୁ ମା ଏବଂ ପୁଅ ମିଶି ହତ୍ୟା କରିଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ସୂର୍ଯ୍ୟ ପାହାନ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୋଟାଗାଁରେ । ଖବର ଅନୁଯାୟୀ, ମଙ୍ଗଳବାର ରାତି ରେ ତୋଟାଗାଁ ଶ୍ମଶାନ ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିଲା। କୌଣସି ସୁତ୍ରରୁ ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିଥିଲା । ଏହାପରେ ସନ୍ଦେହରେ ଦୁଇ ପୁଅ ଏବଂ ସ୍ତ୍ରୀକୁ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫ୍କ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ପୂର୍ବରୁ ସ୍ଵାମୀ ଦୁଇ ପୁଅ ଏବଂ ସ୍ତ୍ରୀକୁ ୧୫ବର୍ଷ ହେଲା ଅତ୍ୟାଚାର କରୁଥଲା । ସେହି କାରଣକୁ ନେଇ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି ।

Breaking News