ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜି ଉର୍ଦ୍ଧୁ ଦିବସ ଅବସରରେ କଟକ ବକ୍ସି ବଜାର ସ୍ଥିତ ପନ୍ଥା ନିବାସ ସଭାଗୃହ ପରିସରରେ ସୌକଦରଶିଦ ଅଧକ୍ଷାତାରେ ସୟଦ ନଫିସ ଦସନଭି ଙ୍କ ରଚିତ ପୁସ୍ତକ ଉନ୍ମୋଚନ ସହ ଜଜବା ଟ୍ରଷ୍ଟର କାର୍ଯ୍ୟକ୍ରମ ବିଷୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏହାସହ ମୁସାଏରା ଓ କବି ସମ୍ମିଳନୀ ଅନୁଷ୍ଠିତ ହୋଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜଜବା ହାଶିମ ଅବଦୁଲ୍ଲା ଟ୍ରଷ୍ଟର ଅଧକ୍ଷ ସଫଦର ହାଶିମ, ମୁଖ୍ୟ ବକ୍ତା ଭାବେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ବରଦାପ୍ରଶ୍ନ ଦାସ, ସ୍ତମ୍ଭକାର ଅଧ୍ୟାପିକା ମୀରା ବେଉରା , ସମ୍ମାନିତ ଅତିଥି ଭାବେ ପଲ୍ଲୀ ଠାରୁ ଦିଲ୍ଲୀର ସମ୍ପାଦକ ଉମାଶଙ୍କର ସାହୁ, ଆଡ଼ଭୋକେଟ ତାପସ ଦ୍ବିବେଦୀ, ଡ଼. କଲ୍ଲିମୁଲ୍ଲା ଯୋଗଦେଇ ଜଜବା ହାଶିମ ଅବଦୁଲ୍ଲା ଟ୍ରଷ୍ଟ କିପରି ବନ୍ୟା, ବାତ୍ୟା , କରୋନା ମହାମାରୀ ସମୟରେ ଗରିବ ଲୋକ, କଳାକାର , ଦିବ୍ୟାଙ୍ଗ ଏବଂ ଗଣମାଧ୍ୟମ ପ୍ରତିନିଧି ମାଙ୍କୁ ଜାତି ଧର୍ମ ଉର୍ଦ୍ଧରେ ରହି ସହାୟତାର ହାତ ବଢ଼ାଇଛି | ପ୍ରତି ଶୀତ ଋତୁ ଭଳି ଚଳିତ ବର୍ଷ ମୁଖ୍ୟ ଅତିଥି ସଫଦର ହାଶିମ ଅସହାୟଙ୍କୁ କମ୍ବଳ ବଣ୍ଟନର କାର୍ଯ୍ୟ କଟକ ପନ୍ଥା ନିବାସରୁ ଶୁଭ ଉଦ୍ଘାଟନ ହୋଇଛି |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..