ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚାଷୀଙ୍କ ପାଉଣା ଦେବାକୁ କେନ୍ଦ୍ର ସରକାରଙ୍କୁ ହାତ ଯୋଡ଼ି ନିବେଦନ କରିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଅଧୀନରେ ପ୍ରଧାନମନ୍ତ୍ରୀ ବୀମା ଯୋଜନା। କେନ୍ଦ୍ର ବୁଲେଇ ବଙ୍କେଇ କଥା ନ କହି ଆଗ ଆମ ଚାଷୀଙ୍କ ଟଙ୍କା ଦିଅନ୍ତୁ। ବୀମା କମ୍ପାନିଗୁଡ଼ିକୁ କେନ୍ଦ୍ର ସରକାର ଚୟନ କରନ୍ତି। କେନ୍ଦ୍ର ସରକାର ଚାଷୀଙ୍କ କଥା ବୁଝିବା ଦରକାର। ସେ ଆହୁରି କହିଛନ୍ତି, ଚାଷୀଙ୍କ ଆୟ କେମିତି ଦ୍ବିଗୁଣିତ ହେବ, ସେ ଦିଗରେ ଟିମ ଗଠନ ହୋଇଛି। ସେ ଦିଗରେ ଆମେ କାମ କରୁଛୁ। ଓଡ଼ିଶାର ଚାଷୀଙ୍କ କାମ ଡବଲ ସ୍ପିଡ଼ରେ ଚାଲିଛି। ଆମର ଉତ୍ପାଦନ ଭଲ, ଧାନ ସଂଗ୍ରହ ବି ଭଲ ଓ ଚାଷୀଙ୍କୁ ଅଧିକ ରୋଜଗାର ଦେଇଛୁ। ପୂର୍ବ ବର୍ଷ ତୁଳନାରେ ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କୁ ୨୫ ପ୍ରତିଶତରୁ ଅଧିକ ସୁବିଧା ଦେଉଛୁ। ଚାଷୀଙ୍କୁ ସବୁବେଳେ ଆମେ ସମ୍ମାନ ଦେଇଛୁ ବୋଲି ସେ କହିଛନ୍ତି।






More Stories
ତିରିଂ ଅଞ୍ଚଳରେ ଡବଲ ମର୍ଡର ……
ଓଡଗାଁ ହତ୍ୟା ଘଟଣାରେ ୪ ଗିରଫ……
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..