Report Card Odisha

| Daily Odia News

ନିର୍ମାଣ ଅବସ୍ଥାରେ ଭାଙ୍ଗିଲା ସେତୁ, ୩ ଆହତ……

ରିପୋର୍ଟ କାର୍ଡ / ଆନନ୍ଦପୁର

ନିର୍ମାଣାଧିନ ଅବସ୍ଥାରେ ଭାଙ୍ଗିଲା ସେତୁ | ଜାତୀୟ ରାଜପଥ ୨୦ର କୁସେଇ ସେତୁ ଭାଙ୍ଗିଯାଇଛି । ଜଣେ ଗୁରୁତର ଦୁଇ ଆହାତ ଅବସ୍ଥାରେ ଆନନ୍ଦପୁର ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ସକାଳୁ ଶ୍ରମିକ ମାନେ କାମ କରୁଥିବା ଅବସ୍ଥାରେ ସେତୁର ଗୋଟିଏ ଗାଡରକୁ ଏକ ପିଲର କପ୍ ଉପରେ ଉଠାଇବା ସମୟରେ ହଠାତ୍ ଅଧାରୁ ପିଲରକପ୍‌ଟି ଭାଙ୍ଗିଯାଇଥିଲା । ତାହା ସହିତ ସଂଯୋଗ ହୋଇଥିବା ଗାଜର ମଧ୍ୟ ତଳକୁ ଖସି ପଡିଥିଲା । କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଘଟଣା ସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Breaking News