ରିପୋର୍ଟ କାର୍ଡ / ଗଞ୍ଜାମ
୬ ହଜାର ଟଙ୍କା ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ରାଜସ୍ବ ସହାୟକ। ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀଙ୍କୁ ଭିଜିଲାନ୍ସ ଧରିଛି। ବି ନୂଆଗାଁର ଦଣ୍ଡପାଣି ସାହୁଙ୍କ ଠାରୁ ଘରବାଡ଼ି ପଟ୍ଟା କରାଇବାକୁ ରାଜସ୍ୱ ସହାୟକ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ | ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ରେଡ୍ ହ୍ୟାଣ୍ଡ ଧରିଥିବା ଜଣାପଡିଛି | ମିଳିଥିବା ସୂଚନା ଅନୁସାରେ-ପୂର୍ବରୁ ଏନେଇ ଭିଜିଲାନ୍ସ ବିଭାଗରେ ଦଣ୍ଡପାଣି ଅଭିଯୋଗ କରିଥିଲେ । ପରେ ଯୋଜନା ଅନୁସାରେ ସଞ୍ଜୟଙ୍କୁ କୋଦଳାର ଏକ ହୋଟେଲରେ ଦଣ୍ଡପାଣି ଟଙ୍କା ଦେବାକୁ ଡାକିଥିଲେ। ଏହି ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରାଜସ୍ବ ସହାୟକ |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..