ରିପୋର୍ଟ କାର୍ଡ / ମାଲକାନିଗିରି
ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଓ ଦନ୍ତେୱାଡା ଜିଲ୍ଲା ମଧ୍ୟରେ ରହିଥିବା ଜଙ୍ଗଲ ଭିତରୁ ଜଣେ ମାଓ କମାଣ୍ଡରଙ୍କ ମୃତଦେହ ଉଦ୍ଧାର ହୋଇଛି । ମାଓ ସଙ୍ଗଠନର ସଦସ୍ୟ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସରେ- ସୁକୁମା ଓ ଦନ୍ତେୱାଡା ଜିଲ୍ଲା ସୀମାନ୍ତରେ ଥିବା ଫୁସାରାସ ଘାଟୀ ନିକଟରେ ଥିବା ଜଙ୍ଗଲ ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଖବର ପାଇ ସିଆରପିଏଫ ଏବଂ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତକ ଜଣଙ୍କ ଦରଭା ମାଓ ଡିଭିଜନର କଟେକଲ୍ୟାଣ କମିଟିର କମାଣ୍ଡର ବୋଲି ପୋଲିସ ଚିହ୍ନଟ କରିଛି। ତାଙ୍କ ନାମ ଦେବା ଓରଫ ତିରି ମାଡକାମୀ ବୋଲି ଜଣାପଡ଼ିଛି। ମୃତ ଦେବାଙ୍କ ନାମରେ ପୂର୍ବରୁ ଛତିଶଗଡ ପୋଲିସ ୯ଟି ହିଂସା ଘଟଣା ନେଇ ମାମଲା ରୁଜୁ କରିଥିଲା। ଦେବା ନାମରେ ଛତିଶଗଡ ସରକାର ପୂର୍ବରୁ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ। ତେବେ ମାଓ ସଙ୍ଗଠନର ସଦସ୍ୟ ଟଙ୍କାକୁ ନେଇ ନିଜ ନିଜ ଭିତରେ ଲଢେଇ କରି ଦେବାକୁ ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..