ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ରରେ ପଢ଼ୁଥିବା ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ୧୭ ମହଲା ଉପରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଛାତ୍ର ଜଣଙ୍କ ହେଲେ ରାମପ୍ରସାଦ ବିଶ୍ୱାଳ। ତାଙ୍କ ଘର ଗଜପତି ଜିଲ୍ଲାର ପାରଳା ଖେମୁଣ୍ଡିରେ। ତାଙ୍କୁ ୧୯ ବର୍ଷ ହୋଇଥିଲା। ଭୁବନେଶ୍ୱର World Skill ସେଣ୍ଟରରେ ଇଲେକ୍ଟ୍ରିକାଲ ଓ୍ୱିଙ୍ଗରେ ପ୍ରଶିକ୍ଷଣ ନେଉଥିଲେ ରାମ ପ୍ରସାଦ। ଗତକାଲି ସେ ଓ୍ୱାଲ୍ଡ ସ୍କିଲ ସେଣ୍ଟରର ୧୭ ମହଲାର ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ରାମପ୍ରସାଦ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ କୋଠାରୁ ଠେଲି ହତ୍ୟା କରିଛନ୍ତି ସେ ନେଇ ପ୍ରଶ୍ନ କରିଛନ୍ତି ପରିବାର ଲୋକେ । ଲାଗିଥିବା ସିସିଟିଭି ଭିଜୁଆଲ ଦେଖି ପୁଅର ମୃତ୍ୟୁ ସମ୍ପର୍କରେ ଜାଣିବାକୁ ସେଣ୍ଟର କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ସେଠାରେ ଲାଗିଥିବା ସିସିଟିଭି କାମ କରୁନଥିବା କଥା ସେଣ୍ଟର କର୍ତ୍ତୃପକ୍ଷ ତାଙ୍କ ବାପାଙ୍କୁ କହିଥିବା ସୂଚନା ମିଳିଛି






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..