ରିପୋର୍ଟ କାର୍ଡ / ଜଗତସିଂହପୁର
ମଣିଜଙ୍ଗା ଛକ ନିକଟରେ ସିରିଜ ଦୁର୍ଘଟଣା ଘଟିଛି। ୪ଟି ବାଇକ ଓ ଦୁଇଟି କାରକୁ ପିଟିଛି ଏକ କାର୍ । ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଏକ ଇଣ୍ଡିକା ଆଜି ସକାଳ ସମୟରେ ମଣିଜଙ୍ଗା ଛକ ନିକଟରେ ୪ଟି ବାଇକ୍ ଓ ଦୁଇଟି କାର୍କୁ ଧକ୍କା ଦେଇଥିଲା । ଯାହାଫଳରେ ଏହି ସିରିଜ୍ ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ କଟକ ସ୍ଥିତ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ଘଟାଇଥିବା ଇଣ୍ଡିକା କାର୍କୁ ଜବତ କରିବାକୁ ଚାଳକଙ୍କୁ ତିର୍ତ୍ତୋଲ ଥାନାରେ ଅଟକ ରଖିଛି ପୋଲିସ ।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..