ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱର ସାଲିଆସାହିରେ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି | ମୃତ ପ୍ରେମୀ ଯୁଗଳଙ୍କ ନାମ ଚିତ୍ରସେନ ଗୌଡ ଓ ପି.ବର୍ଷା ରେଡ୍ଡୀ । ଯୁବକଙ୍କ ଘର ବିଜୟଓ୍ୱାଡା ବୋଲି ଜଣାପଡିଛି । ଖବର ଅନୁଯାୟୀ, ଭୁବନେଶ୍ୱର ସାଲିଆସାହିରେ ମାଧବ ରେଡ୍ଡି ଓ ତାଙ୍କ ପତ୍ନୀ ରହୁଥିଲେ । ସେ ରବିବାର କାମ କରିବାକୁ ବାହାରକୁ ଯାଇଥିଲେ । ଏହି ସମୟରେ ଘରେ ୧୬ ବର୍ଷର ଝିଅ ବର୍ଷା ଏକୁଟିଆ ରହୁଥିଲେ । ଏହାପରେ କାମ ସାରି ଘରକୁ ଫେରିବା ବେଳେ ବର୍ଷା ଓ ଚିତ୍ରସେନଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ତଦନ୍ତରୁ ଉଭୟ ପ୍ରେମୀ ଯୁଗଳ ବୋଲି ଜଣାପଡିଛି । ଘଟଣାକୁ ନେଇ ତଦନ୍ତ କରୁଛି ପୋଲିସ ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….