ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଉ ହାତରେ ଉଠାଇବାକୁ ପଡ଼ିବନି ଅଳିଆ | ରାଜଧାନୀ ଭୁବନେଶ୍ୱର ରାସ୍ତାଘାଟରେ ପଡ଼ିଥିବା ଅଳିଆ ଉଠାଇବା କାମରେ ମୁତୟନ ହୋଇଛି ‘ଜଟାୟୁ’। ପବନ କରି ସବୁ ଅଳିଆ ଉଠାଇ ନେଉଛି ଏହି ‘ଜଟାୟୁ’। ରାଜଧାନୀର ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଭୁବନେଶ୍ୱର ମହାନଗର ନିଗମ ଏଭଳି ଉଦ୍ୟମ ଆରମ୍ଭ କରିଛି। ସୋମବାରଠାରୁ ଅତ୍ୟାଧୁନିକ ମେସିନ୍ ‘ଜଟାୟୁ’ ଜରିଆରେ ଭୁବନେଶ୍ୱର ରାସ୍ତାଘାଟର ସଫେଇ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟୁଷ ଓ ଜାଗୃତି ଭଳି ଏଜେନ୍ସି ଜରିଆରେ ଦୁଇଟି ମେସିନ୍ ରାଜଧାନୀର ଚନ୍ଦ୍ରଶେଖରପୁର ଏବଂ ସ୍ମାର୍ଟ ଜନପଥରେ କାର୍ଯ୍ୟ ଆରମ୍ଭ ହୋଇଛି। ସମସ୍ତ ପ୍ରକାରର ଆବର୍ଜନା ଉଠାଇବା ପାଇଁ ଏହି ମେସିନ୍ କ୍ଷମତା ରଖିଛି। ସ୍ମାର୍ଟ ଜନପଥରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଓ କମିସନର ବିଜୟ ଅମୃତା କୁଲାଙ୍ଗେ ଏହାକୁ ଉଦ୍ଘାଟନ କରିବା ପରେ ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ ହୋଇଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..