ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୩ ବାର୍ଷିକ ଯୁକ୍ତ ୨ ପରୀକ୍ଷା ପାଇଁ ପୁଣି ଛାତ୍ରଛାତ୍ରୀଙ୍କୁ ଫର୍ମ ପୂରଣ କରିପାରିବେ | ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ଫର୍ମ ପୂରଣ ଅବଧି ବଢ଼ାଇବାକୁ ଅନୁରୋଧ କରିବା ପରେ ତୃତୀୟ ଥର ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତା ୧୨ରୁ ୧୭ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଏବଂ କରେସପଣ୍ଡେନ୍ସ କୋର୍ସର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଫର୍ମ ପୂରଣ ନିମନ୍ତେ ୪୫୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ୨୧ରୁ ୨୨ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଆବଶ୍ୟକୀୟ ତଥ୍ୟ ଦାଖଲ କରିବେ। ଫର୍ମ ପୂରଣ ପାଇଁ ଏହା ଶେଷ ସୁଯୋଗ। ଆଗକୁ ଆଉ ଫର୍ମପୂରଣ ଅବଧି ବୃଦ୍ଧି କରାଯିବ ନାହିଁ। ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ/ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ସୂଚନାଯୋଗ୍ୟ, ୨୦୨୩ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ମାସରେ ହୋଇପାରେ। ସେହିଭଳି ମାର୍ଚ୍ଚ ଦ୍ୱିତୀୟ ସପ୍ତାହ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରୁ ଥିଓରୀ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା ରହିଛି। ରାଜ୍ୟରେ ୨,୦୬୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥିବାବେଳେ ଚଳିତବର୍ଷ ପ୍ରାୟ ୧,୧୫୦ରୁ ୧,୨୦୦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଭାବେ ମନୋନୟନ କରିବାକୁ ନିଷ୍ପତ୍ତି ହୋଇଛି।






More Stories
ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍ ସେବା…..
ଝଡ଼ବର୍ଷା ସମ୍ଭାବନା….
ଖୁବ୍ଶୀଘ୍ର ହିତାଧିକାରୀଙ୍କୁ ମିଳିବ ଭତ୍ତା…..