Report Card Odisha

| Daily Odia News

ଷଣ୍ଢ ମୁକ୍ତ ହେବ ଭୁବନେଶ୍ୱର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବୁଲା ଷଣ୍ଢ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର। ଆସନ୍ତା ଡିସେମ୍ବର ୩୦ ସୁଦ୍ଧା ସହରକୁ ବୁଲା ଷଣ୍ଢ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି | ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ଆଗକୁ ବିଶ୍ବକପ୍ ହକି ଆସୁଥିବା ବେଳେ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ଵ ଦେବ। କାରଣ ବୁଲାଷଣ୍ଢ ଆକ୍ରମଣରେ ରାଜଧାନୀରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହିତ ଏହି ଘଟଣାରେ ୭ଜଣ ଆହତ ହେଇଥିଲେ। ଏଥିପାଇଁ ବିଏମସି ଏବେ ତତ୍ପରତା ପ୍ରକାଶ କରିଛି । ଏଥିସହ ଭୁବନେଶ୍ୱରରୁ ଷଣ୍ଢ ଉଠାଇ ଗୋଶାଳାକୁ ପଠାଇବାର ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଏଥିପାଇଁ ବିଏମ୍‌ସିର ୩ଟି ଜୋନରେ ୩ଟି ସଂସ୍ଥା କାର୍ଯ୍ୟ କରୁଛି । ପୂର୍ବରୁ ବିଏମ୍‌ସି ନିଜେ ରାସ୍ତା କଡ଼ରୁ ବୁଲା ଗାଈଗୋରୁ ଉଠାଇ ନେଉଥିବା ବେଳେ ଚଳିତ ବର୍ଷ ପ୍ରଥମ କରି ଘରୋଇକରଣ କରାଯାଇ ୩ଟି ସଂସ୍ଥାକୁ ନିୟୋଜିତ କରାଯାଇଛି। ନଭେମ୍ବର ୧୮ରୁ ଉକ୍ତ ସଂସ୍ଥା ଗୁଡିକ କାମ ଆରମ୍ଭ କରିଛନ୍ତି । ଭୁବନେଶ୍ବରରେ ପାଗଳ ଷଣ୍ଢ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ସହ ୩ଜଣ ଆହାତ ହୋଇଥିଲେ। ଏହାପରେ ବିଏମ୍‌ସି ଏହି କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିଥିଲା । ଏ ସମ୍ପର୍କରେ ମେୟର କହିଛନ୍ତି, ରାସ୍ତାଘାଟ କେଉଁଠାରେ ଗାଈଗୋରୁ ରହିବେ ନାହିଁ । ଆଗାମୀ ଦିନରେ ଏଥିରେ ଅଧିକ ଟିମ ନିୟୋଜିତ କରାଯିବା ସହ ଅଭିଯାନକୁ ବ୍ୟାପକ କରାଯିବ। ସେହିପରି ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନା କହିଛନ୍ତି, ଏବେ ସୁଦ୍ଧା ୮ଶହରୁ ଊର୍ଦ୍ଧ୍ବ ଷଣ୍ଢଙ୍କୁ ରାସ୍ତାରୁଉଠାଯାଇଛି । ଜାମୁକୋଳିରେ ୬୦୭ ଗାଈ, ଷଣ୍ଢ ଥିବାବେଳେ ଜଟଣୀରେ ୨ଶହରୁ ଊର୍ଦ୍ଧ୍ବ ଅଛନ୍ତି । ତେଣୁ ଆଉ ଷଣ୍ଢ ଧରାହେଲେ ସେମାନଙ୍କୁ ଚୌଦ୍ୱାର ଏବଂ ପୁରୀ ଗୋଶାଳାରେ ରଖାଯିବ। ଏହା ସହିତ ତାଙ୍କୁ ଖାଦ୍ୟ ମଧ୍ୟ ଦିଆ ଯିବ। କାରଣ ପଶୁ ମାନଙ୍କ ଦାୟିତ୍ୱ ନେବା ମଧ୍ୟ ଆମର କର୍ତ୍ତବ୍ୟ ବୋଲି ମେୟର ପ୍ରକାଶ କରିଛନ୍ତି ।

Breaking News