ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶ ଫିରୋଜାବାଦରେ ଏକ ଯାତ୍ରୀ ବାହି ବସ୍ ଟ୍ରକ୍ ସହିତ ଧକ୍କା ହୋଇଥିଲା | ବସ୍ ରେ ପ୍ରାୟ ୫୦ ଜଣ ଯାତ୍ରୀ ରହିଥିଲେ | ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୨୧ଜଣ ଆହତ ହୋଇଛନ୍ତି।ସୈଫାଇସ୍ଥିତ ମେଡିକାଲ୍ କଲେଜରେ ଆହତମାନେ ଚିକିତ୍ସାଧୀନ ଅଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ଲୁଧିଆନା ଓ ରାଏ ବରେଲିରୁ ୫୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ଟି ଭୋରସମୟରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କୁହାଯାଉଛି, ବସ୍ର ଚାଳକ ଢୁଳାଇ ପଡ଼ିଥିବା ବେଳେ ପଛରେ ଆସୁଥିବା ଟ୍ରକ୍ଟି ବସ୍ ଦେହରେ ଧକ୍କା ଖାଇଲା। ଫଳରେ ବସ୍ଟି ଓଲଟି ପଡ଼ିଲା। ଘଟଣାସ୍ଥଳରୁ ବସ୍ଟିକୁ ହଟାଇ ଦିଆଯାଇଛି ଓ ପୋଲିସ ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ତଦନ୍ତ ଅରମ୍ଭ କରିଛି। ଉଲ୍ଲେଖଯୋଗ୍ୟ, ଡ୍ରାଇଭର୍ନିୟନ୍ତ୍ରଣ ହରାଇବାରୁ ମଙ୍ଗଳବାର ଦିନ ପ୍ରାୟ ୯ଟା ବେଳେ ଉତ୍ତର ପ୍ରଦେଶର ବୁଦୌନ୍ରେ ଗୋଟାଏ ଦ୍ରୁତଗାମୀ ସ୍କୁଲ୍ ବସ୍ ରାସ୍ତା ପାର୍ଶ୍ବ ନୟନଯୋଡ଼ିରେ ପଡ଼ିଯିବାରୁ ୧୨ରୁ ଅଧିକ ସ୍କୁଲ୍ ପିଲା ଆହତ ହୋଇଥିଲେ।






More Stories
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର…..
ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ପୁରସ୍କାର…..
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..