ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୋଲିସ ଏସଆଇ ଘରେ ଭିଜିଲାନ୍ସ ରେଡ଼ କରିଛି | ଆଜି ସକାଳୁ ତମାଣ୍ଡୋ ଥାନା ଏସ ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରିରଖିଛି । ସୂଚନା ଅନୁଯାୟୀ, ଭୁବନେଶ୍ୱର ଓ ନୟାଗଡ଼ର ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ରାଜଧାନୀର ପାଇକନଗରରେ ଥିବା ତାଙ୍କର ଚାରି ମହଲା କୋଠା, ନୟାଗଡ଼ ଜିଲ୍ଲା ରଣପୁର ଥାନାର ନଛିପୁରରେ ଥିବା ପୈତୃକ ବାସଭବନ ଓ ତମାଣ୍ଡୋ ଥାନାର ଅଫିସରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ।






More Stories
ଅଙ୍ଗନବାଡି଼ କର୍ମୀଙ୍କୁ ମିଳିବ..…
୮ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି…..
ମମତାଙ୍କ ବିରୋଧରେ ମାମଲା ରୁଜୁ…..