ରିପୋର୍ଟ କାର୍ଡ / ନବରଙ୍ଗପୁର
୨୪ ଜଣ ଶିକ୍ଷକଙ୍କୁ ବହିଷ୍କାର କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ | ଶିକ୍ଷକମାନେ ୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ ୧୨ ବର୍ଷ ମଧ୍ୟରେ କାର୍ଯ୍ୟରେ ଅନୁପସ୍ଥିତ ରହିଥିଲେ | ବିନା ଛୁଟିରେ ବହୁବର୍ଷ ଧରି ଅନୁପସ୍ଥିତ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶକ୍ରମେ ବହୁଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ, କନିଷ୍ଠ ଶିକ୍ଷକ ଓ ଗଣଶିକ୍ଷକଙ୍କ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସମସ୍ତ ବିଇଓଙ୍କୁ ଜୁଲାଇ ୨୦ ରେ ଚିଠି କରାଯାଇଥିଲା । ଯାହାର ତଦନ୍ତ ପରେ ଜିଲ୍ଲାରେ ୩୧ ଜଣ ଶିକ୍ଷକ ଅନୁପସ୍ଥିତ ଥିବା ନେଇ ସ୍ପଷ୍ଟ ହୋଇଥିଲା । ବ୍ଲକ ଶିକ୍ଷାବିଭାଗର ରିପୋର୍ଟକୁ ଆଧାର କରି ଏକ ସପ୍ତାହ ମଧ୍ୟରେ ସମସ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ସେଥିରେ ମାତ୍ର ୬ ଜଣ ହିଁ ଅନୁପସ୍ଥିତିର ବିଭିନ୍ନ କାରଣ ଦେଇ ଉତ୍ତର ଦେଇଥିବାରୁ ସେମାନଙ୍କ ଚାକିରି ବଞ୍ଚିଯାଇଛି। ହେଲେ ଅନ୍ୟ ୨୪ ଜଣ ଶିକ୍ଷକ ୧୫ ଦିନ ସୁଦ୍ଧା କୌଣସି ଉତ୍ତର ଦେଇନଥିଲେ | ଏହାପରେ ଜିଲ୍ଲାପାଳ ଉକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି |
More Stories
କଳ୍ପନା ଏବଂ ମ୍ୟୁଜିୟମ୍ ଛକରେ ନିର୍ମାଣ ହେବ ଫ୍ଲାଏଓଭର୍…..
କଟକରୁ ବେଆଇନ୍ ବନ୍ଧୁକ କାରଖାନା ଠାବ…..
୨୭ରେ ବିଧାନସଭା ଘେରିବ କଂଗ୍ରେସ…..