ରିପୋର୍ଟ କାର୍ଡ / ରାଉରକେଲା
ରାଉରକେଲା ବିମାନ ବନ୍ଦରରେ ଏକ ଯାତ୍ରୀଙ୍କ ବ୍ୟାଗରୁ ଗୁଳି ମିଳିଛି । ଯାତ୍ରୀ ଜଣଙ୍କ ରାଉରକେଲାରୁ ଭୁବନେଶ୍ୱର ଆସୁଥିବା ଜଣାପଡିଛି । ଏଥିସହିତ ଗୁଳିଗୁଡିକ ଅଫୁଟା ରହିଛି । ସୂଚନା ଅନୁଯାୟୀ, ୭ ତାରିଖରେ ଏହି ବିମାନ ସେବା ଆରମ୍ଭ ହୋଇଥିଲା | ଯାତ୍ରୀ ଜଣକ ରବିବାର ରାଉରକେଲାରୁ ଭୁବନେଶ୍ୱର ଆସୁଥିଲେ । ବିମାନ ବନ୍ଦରରେ ସିକ୍ୟୁରିଟ୍ ସ୍କାନରେ ତାଙ୍କ ଲଗେଜରୁ ୬ ଟି ଅଫୁଟା ଗୁଳି ବାହାରିଥିଲା । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ଏହି ଗୁଳି କେଉଁଥିପାଇଁ ଯାଉଥିଲା ପୋଲିସ ତାର ତଦନ୍ତ କରିବା ସହ ଉକ୍ତ ଯୁବକକୁ ଅଟକ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି






More Stories
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..
ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ,କଲମ ମନା…..