ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖୁଚୁରା କଏନ ପ୍ରଚଳନ କୁ ନେଇ ଅନେକ ସମସ୍ୟା ଦେଖାଦେଇଛି | ସାଧାରଣ ଭାବେ କଏନ୍ ବଜାରରେ ସନ୍ତୁଳନା ରକ୍ଷା କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ ଓ ୧୦ ଟଙ୍କିଆ କଏନ୍ ପ୍ରଚଳନ କରିଛନ୍ତି । ଅନେକ ସମୟରେ ଦୋକାନୀ, ବ୍ୟବସାୟୀ ଓ ଜନସାଧାରଣ ଏହାକୁ ନେବାକୁ କୁଣ୍ଠାବୋଧ କରିଥାନ୍ତି । ତେବେ ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ କଏନ ଚଳୁ ନଥିବା ଖବର ସାମ୍ନାକୁ ଆସିଥିଲା | ଏହାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରକିକ୍ରିୟା ପ୍ରକାଶ ପାଇଥିଲା | କଏନ ଗ୍ରହଣ କରୁନଥିବା ବ୍ୟକ୍ତି ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର (ଆରବିଆଇ)ର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଯାଇଛି । ତେବେ କଏନ ନନେେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବା ପରେ ଏହାକୁ ଅନେକ ସମର୍ଥନ କରିଛନ୍ତି । କଏନ ମାମଲାରେ ଜଣେ ବ୍ୟକ୍ତିଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜରିମାନା ନେଇ ବ୍ୟବସ୍ଥା ରହିଛି ବୋଲି କିଛି ବରିଷ୍ଠ ଆଇନଜୀବୀ ମତ ଦେଇଛନ୍ତି । ଏପରିକି କଏନ ନେବାକୁ ମନା କରୁଥିବା ସଂସ୍ଥାଙ୍କ ବିରୋଧରେ ମଧ୍ୟ ମାସ ଜେଲ ଦଣ୍ଡ ଲାଗୁ ନେଇ ଆଇପିସିର ଧାରା ୧୮୮ରେ ନିୟମ ରହିଥିବା କୁହାଯାଇଛି । ଆରବିଆଇ ଯେଉଁ ନିୟମ ପ୍ରଣୟନ କରେ ତାହାକୁ ଦେଶର ସମସ୍ତ ବ୍ୟାଙ୍କଗୁଡ଼ିକ ପାଳନ କରିବା ଜରୁରୀ । ଯେଉଁ ବ୍ୟାଙ୍କ ଖୁଚୁରା ଟଙ୍କା ଗ୍ରହଣ କରିବାକୁ ମନା କରିବ ତା’ ବିରୋଧରେ ଜନସାଧାରଣ ଥାନାରେ ଅଭିଯୋଗ ଦାଖଲ କରିପାରିବେ । ଇଣ୍ଡିଆନ କରେନ୍ସି ଆକ୍ଟ ଓ ଭାରତୀୟ ପିଙ୍ଗଳା ଧାରାରେ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଏଭଳି ସ୍ଥିତିରେ ବ୍ୟବସାୟୀଙ୍କ ବିରୋଧରେ ମଧ୍ୟ ଥାନାରେ ଅଭିଯୋଗ ଦାଖଲ କରିହେବ ।
More Stories
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଷୋଡଶ ଅର୍ଥ କମିଶନ…..
କର୍ମଚଞ୍ଚଳ ରହିବେ…..
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..