ରିପୋର୍ଟ କାର୍ଡ / ପୁରୀ
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁରୀ ଅବକାରୀ ସ୍କ୍ୱାଡ୍ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା । ୧୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ମାମଲାର କେସ୍ ଡାଏରୀ ଦାଖଲ ପାଇଁ ସଞ୍ଜୟ ଲାଞ୍ଚ ମାଗିଥିଲେ। ଏନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ଯୋଜନା ମୁତାବକ ଅଭିଯୋଗକାରୀ ଲାଞ୍ଚ ଟଙ୍କା ଦେଲା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ, ସଂଜୟ ପଣ୍ଡାଙ୍କ ଦୁଇଟି ଠିକଣାରେ ଚଢ଼ଉ କରୁଥିବା ଜଣାପଡିଛି |






More Stories
ନବୀନ କରିବେ ବଡ଼ ଘୋଷଣା!…..
ଗିରଫ ହେଲେ ନିର୍ବାହୀ ଯନ୍ତ୍ରୀ…..
ଅର୍ଥ ବିଭାଗର ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ତାଲିକା…..