ରିପୋର୍ଟ କାର୍ଡ / କଟକ
୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଘୋଷଣା କରାଯାଇଥିବା ତାଲିକାକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ। ଏକ ମାସ ଭିତରେ ନିୟମାବଳୀ ଅନୁସାରେ ସାନି ମନୋନୟନ ତାଲିକା ଘୋଷଣା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ଭାଷାର ଚଳଚ୍ଚିତ୍ରରୁ ରିମେକ୍ ହୋଇଥିବା ଦୁଇ ଓଡ଼ିଆ ଚଳଚ୍ଚିତ୍ର ‘ଖୁସି’ ଓ ‘ଗୋଲ୍ମାଲ୍ ଲଭ୍’କୁ କୌଣସି ବର୍ଗରେ ପୁରସ୍କାର ପାଇଁ ବିଚାରକୁ ନିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ୍ ଡ. ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶକ ବବି ଇସଲାମ୍ଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।






More Stories
ତୃତୀୟ ଲିଙ୍ଗ ଦେଇପାରିବେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା…..
ପୁଣି ବଢ଼ିଲା ଡ୍ରପ୍ ଆଉଟ୍…..
ସ୍ବାସ୍ଥ୍ୟ ବିଭାଗର ଗ୍ରୀଷ୍ମ ମୁକାବିଲା ପ୍ରସ୍ତୁତି…..