ରିପୋର୍ଟ କାର୍ଡ / ଢେଙ୍କାନାଳ
ବ୍ରିଜ ତଳକୁ ବସ୍ ଖସିପଡିଦୁର୍ଘଟଣା ଘଟିଛି । ୫୫ନଂ ଜାତୀୟ ରାଜପଥ ସିମିନଈ ପଞ୍ଚୁବଟି ନିକଟସ୍ଥ ବ୍ରିଜରୁ ବସ୍ ତଳକୁ ଖସିପଡ଼ିଛି । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି | ବସ୍ ରେ ମୋଟ ୪୦ ଜଣରୁ ଅଧିକ ଯାତ୍ରୀ ଥିଲେ । ମୃତ ମହିଳା ଦୁଇ ଜଣଙ୍କ ଘର କେନ୍ଦ୍ରାପଡା ଜିଲ୍ଳା ଇଚ୍ଛାପୁର ଗାଁର ବୋଲି ଜଣାପଡିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ୧୫ଜଣ ଗୁରୁତରଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ ବସଟି ୪୩ଜଣ ଯାତ୍ରୀଙ୍କୁ ନେଇ ବଲାଙ୍ଗୀର ହରିଶଙ୍କର ବୁଲିବା ପାଇଁ ଯାଇଥିଲା। କେନ୍ଦ୍ରାପଡାକୁ ଫେରିବା ବାଟରେ ପଞ୍ଚୁବଟି ନିକଟରେ ବସଟି ଭାରସମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା | ଦୁର୍ଘଟଣା ହେବା ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି |






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..