Report Card Odisha

| Daily Odia News

କ୍ରେନ୍‌‌ ଖସି ୪ ମୃତ,୯ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାମିଲନାଡୁ ଅରାକ୍କୋଣମର କିଲବିଥୀରେ ଏଠାକାର ଏକ ମନ୍ଦିରରେ ପର୍ବପାଳନ ସମାରୋହ ସମୟରେ କ୍ରେନ କଷି ପଡିଛି | ତଳେ ଚାପି ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୯ ଜଣ ଆହତ ହୋଇଛନ୍ତି। ସଭିଁଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ମନ୍ଦିର ନିକଟରେ କ୍ରେନ ବ୍ୟବହାର ନେଇ କୌଣସି ଅନୁମତି ନିଆଯାଇନଥିଲା। କ୍ରେନ ଚାଳକକୁ ଗିରଫ କରି ପଚରାଉଚରା କରାଯାଉଛି। ଶ୍ରଦ୍ଧାଳୁଙ୍କୁ ମନ୍ଦିରର ଚାରି ଆଡେ ବୁଲିବା ପାଇଁ କ୍ରେନ ବ୍ୟବହାର କରାଯାଇଥିଲା। ମାତ୍ର ସେହି ସମୟରେ ହଠାତ୍‌‌ କ୍ରେନ ଖସିଯିବାରୁ ସେଥିରେ ଥିବା ୩ ଜଣଙ୍କର ଘଟଣା ସ୍ଥଳରେ ଓ ଅନ୍ୟ ଜଣଙ୍କର ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା। ଆହତଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି |

 

Breaking News