ରିପୋର୍ଟ କାର୍ଡ / ପୁରୀ
ଆଜି ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ପଦ୍ମବେଶ । ରୀତିନୀତି ଅନୁଯାୟୀ ରାତିରେ ମହାପ୍ରଭୁଙ୍କୁ ପଦ୍ମବେଶ କରାଯିବ । ବଡ଼ସିଂହାର ବେଶରେ ପଦ୍ମଫୁଲରେ ଆପାଦ ମସ୍ତକ ବିଭୂଷିତ ହେବେ ତିନି ଠାକୁର । ତ୍ରିବେଣୀ ଅମାବାସ୍ୟା ପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବୁଧବାର କିମ୍ବା ଶନିବାର ଏହି ବେଶରେ ଦର୍ଶନ ଦିଅନ୍ତି ଚତୁର୍ଦ୍ଧା ମୂରତି । ତେଣୁ ଆଜି ବୁଧବାର ଥିବାରୁ ମାହାପ୍ରଭୁଙ୍କୁ ସେବାୟତ ମାନେ ପଦ୍ମବେଶରେ ସୁସଜ୍ଜିତ କରିବେ । ଶ୍ରୀଜୀଉ ମାନଙ୍କ ପଦ୍ମବେଶ ଅବସରରେ ଶ୍ରୀ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ବଡ଼ ଠାକୁରଙ୍କ ନିକଟରେ ସ୍ୱତନ୍ତ୍ର ଖିରି ଭୋଗ ଲାଗି ହେବ । ଆସନ୍ତାକାଲି ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦର୍ଶନ ପାଇବାରିବେ ଭକ୍ତ ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..