ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମସ୍ତଙ୍କୁ ପଛରେ ପକାଇଲା ‘ପଠାନ୍’। ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବ୍ଲକବଷ୍ଟର ହୋଇଛି। ଏଥି ମଧ୍ୟରେ ଉର୍ଫି ଜାଭେଦ୍ ଏପରି କିଛି କହିଛନ୍ତି ଯାହା ଶାହରୁଖ-ଗୌରୀ ଖାନଙ୍କୁ ଚକିତ କରିବ। ନିଜ ଆଉଟଫିଟ୍ ଏବଂ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ଉର୍ଫି ଶାହରୁଖ ଖାନଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଶାହାରୁଖଙ୍କ ଫିଲ୍ମ ‘ପଠାନ’ର ସଫଳତା ମଧ୍ୟରେ ଉର୍ଫି କହିଛନ୍ତି, ‘ମୋତେ ତୁମର ଦ୍ୱିତୀୟ ପତ୍ନୀ କରିନିଅ ଶାହାରୁଖ’। ଯେତେବେଳେ ପାପାରାଜି ଉର୍ଫିଙ୍କୁ ପଚାରିଛନ୍ତି, ଆପଣ ବଏକଟ ପଠାନ ବିଷୟରେ କ’ଣ କହିବାକୁ ଚାହାଁନ୍ତି|ଏହା ଉପରେ ଉର୍ଫି କହିଛନ୍ତି, ‘ମୋତେ ବଏକଟ୍ କରନ୍ତୁ, କିନ୍ତୁ ଦୟାକରି ଆପଣମାନେ ଶାହାରୁଖ ଖାନଙ୍କୁ ଦେଖନ୍ତୁ।’






More Stories
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ…..
ପରଲୋକରେ ପ୍ରଦୀପ ରାୱତ…..
ଅଲ୍ଲୁ ଅର୍ଜୁନଙ୍କୁ ସମନ…..