Report Card Odisha

| Daily Odia News

ସୁସ୍ଥ ଓ ନିରାମୟ ରହିବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଜ୍ଞାନୀ ପିପାସୁ ହେବେ। ସତ୍‌କର୍ମରେ ନିୟୋଜିତ ହୋଇପାରନ୍ତି। ବହୁ ଶାସ୍ତ୍ର ଅଧ୍ୟୟନ କରିବାରେ ଚିନ୍ତାଧାରା ମାନବବାଦୀ ହେବେ। ନୀତି ନିୟମରେ ନିଜକୁ ଜଡ଼ିତ କରିପାରନ୍ତି। ମୂଲ୍ୟବାନ୍‌ ଧାତୁଦ୍ରବ୍ୟ ମିଳିବ।
ବୃଷ : କର୍ମକ୍ଷେତ୍ରରୁ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ଅସାଧ୍ୟ ସାଧନ କରିପାରନ୍ତି। ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ। ସତ୍‌ସଙ୍ଗୀ ହୋଇପାରନ୍ତି।
ମିଥୁନ : ଅମୃତହସ୍ତା ହୋଇପାରନ୍ତି। କରିତ୍‌କର୍ମା ହେବେ। ସାହିତ୍ୟ ରଚନା କରିବାରେ ପାରଙ୍ଗମ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଲୋକସମ୍ପର୍କ ବୃଦ୍ଧି ହେବ। ଅନୁଦାନ ଅର୍ଥ ମିଳିବ।
କର୍କଟ : ଜ୍ଞାନାଲୋକରେ ଭବିଷ୍ୟ ନିର୍ମାଣ କରି ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହେବେ। ଆଶା ଫଳବତୀ ହେବ। ମହନୀୟ ରାଜପଦ ପ୍ରାପ୍ତିର ସୂଚନା ମିଳୁଛି। ବିବାଦରେ ବିଜୟୀ ହେବେ। ଧନଲାଭ ହେବ।
ସିଂହ : ସ୍ବକର୍ମ ପାଇଁ ନିଜେ ନିଜର ଭାଗ୍ୟ ଭୋଗିବାକୁ ନିୟନ୍ତ୍ରଣରେ ରଖିପାରିବେ। ପରୋପକାରାୟ, ସ୍ବର୍ଗାୟ ମହାମନ୍ତ୍ରଧିନ ହୋଇପାରନ୍ତି। ପାଇଥିବା କ୍ଷମତାର ସଦ୍‌ ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ।
କନ୍ୟା : ବେଳେବେଳେ ରସହୀନ ହୃଦୟ ପାଷାଣ ସଦୃଶ ହୋଇପାରେ। କର୍ମଫଳରୁ ବର୍ତ୍ତିବା ସହଜ ସୁଲଭ ନୁହେଁ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ସୁସ୍ଥ ଓ ନିରାମୟ ରହିବେ।
ତୁଳା : ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରିପାରନ୍ତି। ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖଦାୟକ ହେବ। ଚଞ୍ଚଳଚେଷ୍ଟିତ ହେବେ। ବାଣିଜ୍ୟ କାରବାର ଲାଭପ୍ରଦ ହେବ। ସେବା ମନୋଭାବର ହେବେ।
ବିଛା : ଜ୍ଞାନର ପ୍ରଦୀପ ପ୍ରଳନ କରି ହଜିଯାଉଥିବା ଚଲାପଥକୁ ଆଲୋକିତ କରିପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ। ମନ ପ୍ରଫୁଲ୍ଲ ରହିବ। ସଂକଳ୍ପ ଓ ସମର୍ପଣ ଭାବ ହିଁ ଆପଣଙ୍କୁ ଶୀର୍ଷାସନ ଦେବ।
ଧନୁ : ଶ୍ରମ ଅଧିକ ଓ କଷ୍ଟଦାୟକ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରବର୍ତ୍ତୀ ସମୟରେ ଅବସ୍ଥାରେ ସୁଧାର ଆସିବ। ସୁବିମଳ ଯଶର ଅଧିକାରୀ ହେବେ।
ମକର : ଈଶ୍ବରୀୟ ଭକ୍ତି ହିଁ ଆପଣଙ୍କୁ ଶକ୍ତିସମ୍ପନ୍ନ କରି ଗଢ଼ି ତୋଳିବ। ଲାଗି ରହିଥିବା ମାଲିମୋକଦ୍ଦମାରେ ଜିତିବା ପାଇଁ ତତ୍ପରତାର ସହ ଲାଗିପଡ଼ିବେ। ଧନର ଅନ୍ତଃ ପ୍ରବାହ ଅବ୍ୟାହତ ରହିବ। ସୁସ୍ଥ ରହିବେ।
କୁମ୍ଭ : ଭାଷା ପରମ କଲ୍ୟାଣୀୟ ହେବ। ଚତୁର ହେବେ। ବାକ୍‌ ସଂଯମତା ଘ୍ରାଣ ଶକ୍ତି ଓ ସ୍ମରଣ ଶକ୍ତିକୁ ଉଜ୍ଜୀବିତ କରି ରଖିବ। ସକଳ ଗୁଣଯୁକ୍ତ ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ରଚନା ପ୍ରାଣସ୍ପର୍ଶୀ ହେବ।
ମୀନ : ବିଭିନ୍ନ ସ୍ତରରୁ ଧନ ରାଶିର ପ୍ରବାହରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଭକ୍ତି, ରସ, ପ୍ରେମର ଅଧିକାରୀ ହୋଇପାରନ୍ତି। ନୀତିନିଷ୍ଠ ବ୍ୟକ୍ତିଭାବେ ଜନସମାଜର ଆଦରଣୀୟ ହେବେ। ପତ୍ନୀଙ୍କ ଅଭିଳାଷ ପୂରଣ କରିବେ।

Breaking News