ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିରବି ଗଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଜୀବନ ଓ ମୃତ୍ୟୁ ସହିତ ଲଢ଼େଇ କରି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଭୁବନେଶ୍ବର ଆପୋଲେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗକରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ଆଜି ମଧ୍ୟାହ୍ଣରେ ସେ ଏକ କାର୍ଯ୍ୟକ୍ରମରେ ବ୍ରଜରାଜନଗର ଯାଇଥିବା ବେଳେ ସ୍ଥାନୀୟ ଗାନ୍ଧୀଛକ ଫାଣ୍ଡି ପୋଲିସ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳିମାଡ଼ କରିଥିଲେ। ଏହି ଗୁଳିମାଡ଼ ପରେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା ଓ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ନବ ଦାସଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ୍ ବହୁ ଉଦ୍ୟମ କରି ଶେଷରେ ବିଫଳ ହୋଇଛନ୍ତି |






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..