Report Card Odisha

| Daily Odia News

ଏଥର ବଜେଟ୍‌ ସାଧା‌ରଣ ଲୋକମାନଙ୍କ ପାଇଁ ଲାଭପ୍ରଦ ହେବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଂସଦର ବଜେଟ ଅଧିବେଶନରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ ଭାରତର ବଜେଟ୍‌ ଉପରେ ପୂରା ବିଶ୍ବର ଦୃଷ୍ଟି ରହିଛି। ଏବର୍ଷ ବଜେଟ୍‌ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧନ କରି ଏପରି କହିଛନ୍ତି। ସେ କହିଛନ୍ତି କି ଭାରତର ବଜେଟ୍‌ ଉପରେ କେବଳ ଭାରତ ନୁହେଁ, ପୂରା ବିଶ୍ବର ଦୃଷ୍ଟି ରହିଛି। ସେ ଆହୁରି ବି କହିଛନ୍ତି ଯେ ଏଥର ବଜେଟ୍‌ ସାଧା‌ରଣ ଲୋକମାନଙ୍କ ପାଇଁ ଲାଭପ୍ରଦ ହେବ। ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଡ. ଭି. ଅନନ୍ତ ନାଗେଶ୍ବରନ ଏହି ରିପୋର୍ଟ ଉପସ୍ଥାପନ କରିବେ । ଏହି ରିପୋର୍ଟ ଉପସ୍ଥାପନର ପର ଦିନ ଅର୍ଥାତ ବୁଧବାରଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବର୍ଷ ୨୦୨୩-୨୪ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଏଣୁ ସରକାର ଏଥିରେ କେତେକ ଜନପ୍ରିୟ ସ୍କିମ ଘୋଷଣା କରିପାରନ୍ତି । ଅର୍ଥନୈତିକ ସର୍ଭେ ଆମ ଦେଶର ଅର୍ଥନୀତିର ଏକ ଚିତ୍ର ପ୍ରଦାନ କରିଥାଏ । ଏଥିରେ ଅର୍ଥନୀତିର ପ୍ରଦର୍ଶନ, ବିଭିନ୍ନ କ୍ଷେତ୍ରର ସ୍ଥିତି ଓ ପୂର୍ବାନୁମାନ, ସରକାରଙ୍କ ପ୍ରମୁଖ କାର୍ୟ୍ୟକ୍ରମଗୁଡ଼ିକର ଅଗ୍ରଗତି, ସଫଳତା-ବିଫଳତା, ଅର୍ଥନୀତିର ପୂର୍ବାନୁମାନ ଆଦି ସଂପର୍କରେ ବର୍ଣ୍ଣନା ରହିଥାଏ । ସାଧାରଣତଃ ବଜେଟ ଉପସ୍ଥାପନର ଏକ ଦିନ ପୂର୍ବରୁ ଲୋକସଭାରେ ଏହାର ଉପସ୍ଥାପନ କରାଯାଇଥାଏ । ସାଧାରଣତଃ ଅର୍ଥନୈତିକ ସର୍ଭେ ମାଧ୍ୟମରେ ସରକାରଙ୍କ ବଜେଟ କେଉଁ ଦିଗରେ ଯିବ ସେ ସଂପର୍କରେ ଏକ ଧାରଣା ମିଳିଥାଏ । ଏଥରର ସର୍ଭେରେ କରୋନା ପରେ ଦେଶର ଅର୍ଥନୈତିକ ସ୍ଥିତି ସଂପର୍କରେ ସୂଚନା ମିଳିପାରେ ।

Breaking News