ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ବିଶାଖାପାଟଣା ହେବ। ଆଜି ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀ ନୂତନ ରାଜଧାନୀର ନାଁ ଘୋଷଣା କରିଛନ୍ତି। ଜଗନ୍ ମୋହନ ରେଡ୍ଡୀ କହିଛନ୍ତି ଯେ ବିଶାଖାପାଟଣାକୁ ରାଜ୍ୟର ରାଜଧାନୀ କରାଯିବ। ଏହା ସହ ତାଙ୍କ କାର୍ଯ୍ୟାଳୟ ମଧ୍ୟ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯିବ। ଏପ୍ରିଲ୍ ୨୩, ୨୦୧୫ରେ ଆନ୍ଧ୍ର ସରକାର ଅମରାବତୀଙ୍କୁ ଏହାର ରାଜଧାନୀ ଭାବେ ଘୋଷଣା କରିଥିଲେ। ତା’ପରେ ୨୦୨୦ରେ ରାଜ୍ୟ ତିନୋଟି ରାଜଧାନୀ ନିର୍ମାଣ କରିବାକୁ ଯୋଜନା କରିଥିଲା |ଯେଉଁଥିରେ ଅମରାବତୀ, ବିଶାଖାପାଟଣା ଏବଂ କୁର୍ନୁଲ୍ ଅନ୍ତର୍ଭୁକ୍ତ ଥିଲା । ପରେ ସେହି ଯୋଜନା ସରକାର ପ୍ରତ୍ୟାହାର କରିନେବା ସହ ଅମରାବତୀ ଆନ୍ଧ୍ରର ରାଜଧାନୀ ହୋଇ ରହିଥିଲା। ହେଲେ ଆଜି ଆନ୍ଧ୍ର ସରକାର ବିଶାଖାପାଟଣାକୁ ରାଜଧାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି |






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……