Report Card Odisha

| Daily Odia News

ବିମାନରେ ବୋମା ଆତଙ୍କ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିମାନ ଭିତରେ ବୋମା ଥିବା ସୂଚନା ମିଳିବ ପରେ ଅହମଦାବାଦ ବିମାନ ବନ୍ଦରରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସୂଚନା ଅନୁସାରେ, ଅହମଦାବାଦ-ଦିଲ୍ଲୀ ବିମାନରେ ବୋମା ଥିବା କଥା କେହି ଜଣେ ଅହମଦାବାଦ ବିମାନ ବନ୍ଦରକୁ ସୂଚନା ଦେଇଥିଲେ। ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ଏ ବିଷୟରେ ସୂଚନା ପାଇବା ପରେ ପୋଲିସ ତତ୍ପର ହୋଇଉଠିଥି‌ଲା। କିନ୍ତୁ, ତାହା ଏକ ମିଥ୍ୟା ସୂଚନା ଥିଲା ବୋଲି ତଦନ୍ତକାରୀ ଟିମ୍‌ ଜାଣିପାରିଲେ। ଘଟଣାର ତଦନ୍ତରୁ ଜଣାପଡ଼ିଲା ଯେ, ଉକ୍ତ ବିମାନ ସନ୍ଧ୍ୟା ୫.୨୦ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ଥିଲା। ଜଣେ ଯାତ୍ରୀ ଉକ୍ତ ବିମାନ ଆରୋହଣ କରିପାରି ନ ଥିଲେ। ତେଣୁ, ବିମାନ ଉଡ଼ାଣ ସମୟ ବିଷୟରେ ବିମାନ ବନ୍ଦର କର୍ତ୍ତୃପକ୍ଷମାନେ ତାଙ୍କୁ ଫୋନ୍‌ ମାଧ୍ୟମରେ ଅବଗତ କରାଇଥିଲେ। ମାତ୍ର, ଉକ୍ତ ଯାତ୍ରୀଜଣକୁ କହିଲେ, କାହିଁକି ଯିବି? ମୁଁ ମରିବାକୁ ଚାହେଁନା। ଆପଣଙ୍କ ବିମାନରେ ବୋମା ଅଛି। ଉକ୍ତ ବ୍ୟକ୍ତିଙ୍କୁ ପରିଚୟ ମାଗିବାରୁ ସେ ତୁରନ୍ତ ଫୋନ୍‌ କାଟି ଦେଇଥିଲେ। ବିମାନ ବନ୍ଦର କର୍ତ୍ତୃପକ୍ଷମାନେ ପୁଲିସକୁ ଏ ସଂକ୍ରାନ୍ତରେ ସୂଚନା ଦେବା ପରେ ଉକ୍ତ ଯାତ୍ରୀଜଣକ ତରବର ହୋଇ କାଉଣ୍ଟର୍‌କୁ ଧାଇଁ ଯାଇଥିଲେ। ସେଠାରେ ଯାତ୍ରୀଜଣକ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ ଯେ, କମ୍ପାନିର ପ୍ରଶାସନିକ ବିଭାଗ ତାଙ୍କ ଟିକେଟ୍‌ ବୁକ୍‌ କରିଥିଲା। ଟିକେଟ୍‌ ବୁକିଙ୍ଗ୍‌ ନିମନ୍ତେ ବ୍ୟବହୃତ ଫୋନ୍‌ ନମ୍ବର ଓ ଇ-ମେଲ୍‌ ନମ୍ବର ତାଙ୍କର ନୁହେଁ। ସଦ୍ୟତମ ସୂଚନା ଅନୁସାରେ, ଟେଲିଫୋନ୍‌ କରି ମିଥ୍ୟା ସୂଚନା ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

Breaking News