ରିପୋର୍ଟ କାର୍ଡ / ଢେଙ୍କାନାଳ
ଯୋରନ୍ଦା ମହିମାଗାଦିରେ ୧୫୦ ତମ ଯୋରନ୍ଦା ମେଳା ଆଜି ଆରମ୍ଭ ହେବ। ଦୁଇଦିନ ଧରି ମାଘ ମେଳା ଅନୁଷ୍ଠିତ ହେବ | ଦୁଇବର୍ଷ ହେଲା କୋଭିଡ୍ କଟକଣା ଯୋଗୁଁ ଯୋରନ୍ଦା ମେଳା ଅନୁଷ୍ଠିତ ହୋଇପାରି ନଥିଲା। ତେଣୁ ଚଳିତବର୍ଷ ପ୍ରବଳ ଜନ ସମାଗମ ହେବା ଆଶା କରାଯାଉଛି। ଆଜି ମଧ୍ୟାହ୍ନ ସୁଦ୍ଧା ଝାଡ଼ବତି ପ୍ରସ୍ତୁତ କରାଯାଇ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ବରିଷ୍ଠ ସନ୍ନ୍ୟାସୀମାନଙ୍କ ଦ୍ୱାରା ପଶ୍ଚିମ ଦିଗ ଝାଡ଼ରେ ପ୍ରଥମେ ଅଗ୍ନି ସଂଯୋଗ କରାଯିବ। ପରେ ଅନ୍ୟ ଝାଡ଼ରେ ବରିଷ୍ଠ ବଳ୍କଳଧାରୀ ସନ୍ନ୍ୟାସୀମାନେ ଅଗ୍ନି ସଂଯୋଗ କରିବେ ବୋଲି ସୂଚନା ରହିଛି | ଗାଦୀ ମନ୍ଦିର ଓ ଜ୍ୟୋତି ମନ୍ଦିର ପରିସରରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଜଳିବ ଝାଡ ଦୀପ।






More Stories
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..
ପାକିସ୍ତାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି…..