ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଭାରତ ନୁହେଁ ସମଗ୍ର ବିଶ୍ବର ଲୋକପ୍ରିୟ ନେତା ବିବେଚିତ ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ପଛରେ ପକାଇ ମୋଦୀ ବିଶ୍ବର ଲୋକପ୍ରିୟ ନେତା ହୋଇଛନ୍ତି | ଗ୍ଲୋବାଲ ଇଣ୍ଟେଲିଜେନ୍ସ କମ୍ପାନୀ ମର୍ଣ୍ଣିଂ କନସଲ୍ଟ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ଅନୁଯାୟୀ ମୋଦୀ ୭୮ ପ୍ରତିଶତ ରେଟିଂ ପଏଣ୍ଟ ପାଇଁ ବିଶ୍ବ ନେତାଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି। ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡର ୬୮% ରେଟିଂ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍, ଚତୁର୍ଥରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓରିଗିଆ ମେଲୋନି, ପଞ୍ଚମରେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡିସଲ୍ଭା ଓ ଷଷ୍ଠରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରହିଛନ୍ତି। ଜାନୁଆରୀ ୨୬ରୁ ୩୧ ତାରିଖ ମଧ୍ୟରେ ବିଶ୍ବର ପ୍ରମୁଖ ୨୨ଟି ରାଷ୍ଟ୍ରକୁ ନେଇ ସର୍ଭେ ହୋଇଥିଲା । ସର୍ଭେରେ ଦୈନିକ ୨୦ହଜାର ଲୋକଙ୍କ ମତାମତ ନିଆଯାଇଥିଲା।
Discussion about this post