ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଚିଠିରେ ରାହୁଲ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ରାହୁଲ ତାଙ୍କର ଭାରତ ଯୋଡୋ ଯାତ୍ରା ଅବସରରେ କାଶ୍ମୀର ପଣ୍ଡିତଙ୍କ ପ୍ରତିନିଧିଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ କାଳରେ ପଣ୍ଡିତମାନେ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ ଭିତ୍ତିକ ହିଂସାକାଣ୍ଡ କୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଆତଙ୍କବାଦୀଙ୍କ ଆକ୍ରମଣ ସତ୍ତ୍ବେ କାଶ୍ମୀର ଅଞ୍ଚଳର ପ୍ରଶାସନ ସରକାରୀ ସଂସ୍ଥାଗୁଡିକରେ କାର୍ଯ୍ୟ କରୁଥିବା କାଶ୍ମୀର ପଣ୍ଡିତମାନଙ୍କୁ କାମ କରିବାକୁ ବାଧ୍ୟ କରୁଛନ୍ତି। ରାହୁଲ ତାଙ୍କ ଚିଠିରେ ଏପରି ନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। କାଶ୍ମୀରର ସୁରକ୍ଷା ପରିସ୍ଥିତିରେ ଉନ୍ନତି ନ ଆସିବା ପର୍ଯ୍ୟନ୍ତ ପଣ୍ଡିତମାନଙ୍କୁ ସେଠାକୁ ପଠାଯିବା ଉଚିତ୍ ନୁହେଁ। କାଶ୍ମୀର ପଣ୍ଡିତମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ବାଧ୍ୟ କରା ନଯାଇ ସେମାନଙ୍କୁ ଅନ୍ୟ ପ୍ରଶାସନିକ ଓ ସରକାରୀ କାର୍ଯ୍ୟରେ ନିୟୋଜନ କରାଯାଉ ବୋଲି ରାହୁଲ କହିଛନ୍ତି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..